Categories: ଗଞ୍ଜାମ

ଅସରାଏ ବର୍ଷାରେ ରାସ୍ତାରେ ପାଣି

ଶେରଗଡ଼,୨।୬(ଡି.ଏନ.ଏ.)- ଶେରଗଡରେ ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ ବର୍ଷା ହୋଇଥିଲା। ପ୍ରାୟ ୩୦ ମିନଟ ଧରି ବର୍ଷା ହେବା ଫଳରେ କାଳିଆ ହୋଟେଲ ଛକରୁ ବଜାରକୁ ସଂଲଗ୍ନ କରୁଥିବା ରାସ୍ତାରେ ଦେଢ ଫୁଟର ପାଣି ଜମିଯାଇଥିଲା। ଫଳରେ ଲୋକେ ଯାତାୟାତର ସମସ୍ୟା ଦେଖା ଦେଇଥିଲା। ଗାଡିମୋଟର ସବୁ ଅଟକି ରହିଥିଲେ। ପ୍ରାୟ ଏକ ଘଣ୍ଟା ପରେ ଧୀରେଧୀରେ ପାଣି ଖାଲି ହୋଇଥିଲା। ଉକ୍ତ ରାସ୍ତା ବଡ଼ଗଡ଼ ପୂର୍ତ୍ତ ବିଭାଗ ଅଧିନରେ ଥିବାବେଳେ ରାସ୍ତା ପାଶ୍ୱରେ ନାଳ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିଲା। ଏନେଇ ଶେରଗଡ଼ ଗ୍ରାମବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।