Posted inଖେଳ

ଅଷ୍ଟ୍ରେଲିଆ ଟୁର୍‌:ପରାଜୟ ସହ ଭାରତର ଅଭିଯାନ ଶେଷ

ପର୍ଥ, ୧୮।୫-ଅଷ୍ଟ୍ରେଲିଆ ଟୁର୍‌ରେ ପ୍ରାରମ୍ଭିକ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳ ପରାଜୟ ସହ ଏହାର ଅଭିଯାନ ଶେଷ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦଳ ୨-୫ ଗୋଲରେ ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି। ବିଜୟୀ ଦଳ ପକ୍ଷରୁ ଟ୍ରେଣ୍ଟ ମିଟ୍ଟନ ୧୧ ଓ ୨୪ ମିନିଟରେ ୨ଟି ଏବଂ ଫ୍ଲାଏନ୍‌ ଓଗିଲ୍‌ଭ ୩ୟ, ବ୍ଲାକ୍‌ ଗୋଭର୍ସ ୨୮ତମ ଓ ଟିମ୍‌ ବ୍ରାଣ୍ଡ ୪୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଭାରତ ପକ୍ଷରୁ ନିଳକାନ୍ତ ଶର୍ମା ୧୨ ଓ ରୂପିନ୍ଦରପାଲ ସିଂ ୫୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ।
ପ୍ରଥମ ମିନିଟରେ ହିଁ ଭାରତ ପାଇଁ ଅଗ୍ରଣୀ ସୁଯୋଗ ସୃଷ୍ଟି ହୋଇଥିଲା। ମାତ୍ର ଇଡି ଓକେନଡେନ ଏହାକୁ କ୍ଲିୟର କରି ଦେଇଥିଲେ। ସଙ୍ଗେସଙ୍ଗେ ଅଷ୍ଟ୍ରେଲିଆ ପ୍ରତିଆକ୍ରମଣ କରିଥିଲେ ହେଁ ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକ ଚମତ୍କାର ସେଭ୍‌ କରିଥିଲେ। ମାତ୍ର ଏହାର କିଛି ସେକେଣ୍ଡ ପରେ ଅର୍ଥାତ୍‌ ୩ୟ ମିନିଟରେ ଓଗିଲ୍‌ଭ ଗୋଲ ଦେଇ ଅଷ୍ଟ୍ରେଲିଆକୁ ଅଗ୍ରଣୀ କରାଇଥିଲେ। ୮ମ ମିନିଟରେ ଭାରତ ପାଇଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରଥିଲେ ମନଦୀପ ସିଂ। ମାତ୍ର ନିଳକାନ୍ତ ଶର୍ମା ବଲ୍‌କୁ ଠିକ୍‌ଭାବେ ଟ୍ରାପ୍‌ କରିପାରି ନ ଥିଲେ। ୧୦ମ ମିନିଟରେ ଅଷ୍ଟ୍ରେଲିଆ ପାଇଥିବା ପେନାଲ୍ଟି କର୍ନରକୁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହ ପ୍ରତିହତ କରିଥିଲେ। ମାତ୍ର ଏହାର ୧ ମିନିଟ ପରେ ଗୁରିନ୍ଦର ସିଂଙ୍କ ତ୍ରୁଟିରୁ ଫାଇଦା ଉଠାଇ ଟ୍ରେଣ୍ଟ ମିଟ୍ଟନ ଗୋଲ ଦେବାସହ ଅଷ୍ଟ୍ରେଲିଆର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ତେବେ ଏହାପରେ ପ୍ରତିଆକ୍ରମଣ କରି ଭାରତ ସଫଳ ହୋଇଥିଲା। ୧୨ତମ ମିନିଟରେ ଗୁରସାହିବଜିତ ସିଂ ସର୍କଲ ଭିତରକୁ ଦେଇଥିବା ପାସ୍‌କୁ ନିଳକାନ୍ତ ଗୋଲରେ ପରିଣତ କରି ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମୁକାବିଲା ଜୋରଦାର ହୋଇଥିଲା। ୧୯ତମ ମିନିଟରେ ମନଦୀପ ସିଂ ମାରିଥିବ ଶଟ୍‌ ଗୋଲପୋଷ୍ଟ ବାର୍‌ ଉପରେ ଚାଲି ଯାଇଥିଲା। ୨୩ତମ ମିନିଟରେ ବିବେକ ସାଗର ପ୍ରସାଦ ସର୍କଲ ଭିତରକୁ ପାସ୍‌ ଦେଇଥିଲେ ହେଁ ମନଦୀପ ତାକୁ ଠିକ୍‌ଭାବେ ନିୟନ୍ତ୍ରଣକୁ ଆଣିପାରି ନ ଥିଲେ। ଅନ୍ୟପକ୍ଷରେ ୨୪ତମ ମିନିଟରେ ଜୋଶୁଆ ସାଇମଣ୍ଡ୍ସଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ମିଟ୍ଟନ ଅଷ୍ଟ୍ରେଲିଆର ଅଗ୍ରଣୀକୁ ୩-୧ରେ ପହଞ୍ଚାଇ ଦେଇଥିଲେ। ୨୮ତମ ମିନିଟରେ ଗୁରିନ୍ଦର ସିଂ ପ୍ରତିପକ୍ଷ ଖେଳାଳିଙ୍କୁ ଟାଣି ଧରିବାରୁ ଫାଉଲ୍‌ ହୋଇଥିଲା ଏବଂ ଅଷ୍ଟ୍ରେଲିଆକୁ ପେନାଲ୍ଟି କର୍ନର ମିଳିଥିଲା। ବ୍ଲାକ୍‌ ଭୋଭର୍ସଙ୍କ ତୀବ୍ର ଶଟ୍‌ ଭାରତୀୟ ଗୋଲକିପର ପି.ଆର. ଶ୍ରୀଜେଶଙ୍କୁ ଚକ୍‌ମା ଦେଇଥିଲା। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୪-୧ ଗୋଲରେ ଆଗୁଆ ହୋଇ ଯାଇଥିଲା।
ତୃତୀୟ କ୍ୱାର୍ଟରରେ ବଲ୍‌ ଅଧିକାଂଶ ସମୟ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଥିଲା। ୪୦ତମ ମିନିଟରେ ଗୋଭର୍ସ ଭାରତୀୟ ଡିଫେଣ୍ଡରଙ୍କୁ ଅତିକ୍ରମ କରିଥିଲେ ହେଁ ଟାର୍ଗେଟ୍‌ ମିସ୍‌ କରିଥିଲେ। ୪୩ତମ ମିନିଟରେ ଅର୍ମାନ କୁରେଶି ଭାରତ ପାଇଁ ଦ୍ୱିତୀୟ ଗୋଲ ଦେବା ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ଜୋହାନ ଡୁର୍ଷ୍ଟ ଚମତ୍କାର ସେଭ୍‌ କରି କୁରେଶିଙ୍କୁ ନିରାଶ କରିଥିଲେ। ମାତ୍ର ଏହାର କିଛି ସେକେଣ୍ଡ ପରେ ଅର୍ଥାତ୍‌ ସେହି ୪୩ତମ ମିନିଟରେ ଟିମ୍‌ ବ୍ରାଣ୍ଡ ଗୋଲ ଦେଇ ଅଷ୍ଟ୍ରେଲିଆକୁ ୫-୧ ଗୋଲରେ ଅଗ୍ରଣୀ କରାଇଥିଲେ। ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିବା ଭାରତ ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭଲ ଖେଳିଥିଲା। ଦଳ ପକ୍ଷରୁ ଏକାଧିକ ସୁଯୋଗ ସୃଷ୍ଟି କରାଯାଇଥିଲେ ହେଁ ଅଷ୍ଟ୍ରେଲିଆ ଡିଫେଣ୍ଡରମାନେ ପ୍ରତିବନ୍ଧକ ସାଜିଥିଲେ। ୫୩ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ରୂପିନ୍ଦରପାଲ ସିଂ ଏହାକୁ ଗୋଲରେ ପରିଣତ କରିଥିଲେ। ଅବଶିଷ୍ଟ ସମୟ ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri