Posted inଖେଳ

ଅଷ୍ଟ୍ରେଲିଆର ଦ୍ୱିତୀୟ ବିଜୟ

ନଟିଂହାମ୍‌, ୭ା୬ (ପି.ଟି.)-ଷ୍ଟିଭ୍‌ ସ୍ମିଥ୍‌ ଓ ନାଥାନ କୁଲ୍‌ଟର ନାଇଲଙ୍କ ପ୍ରଭାବୀ ବ୍ୟାଟିଂ ଯୋଗୁ ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୧୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୨୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୨୭୩ରନ କରିପାରିଥିଲା। ଦଳ ପକ୍ଷରୁ ଉଇକେଟକିପର ସାଇ ହୋପ୍‌ ସର୍ବାଧିକ ୬୮ ରନ କରିଥିବା ବେଳେ ଅଧିନାୟକ ଜାସନ ହୋଲ୍‌ଡର ୫୧ ଏବଂ ନିକୋଲାସ ପୁରାନ ୪୦ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସବୁଠାରୁ ସଫଳ ବୋଲର ମିଚେଲ ଷ୍ଟାର୍କ ୪୬ ରନ ବିନିମୟରେ ୫ଟି ଉଇକେଟ ଅକ୍ତିଆର କରିଥିଲେ। ଦଳର ଏହା ହେଉଛି କ୍ରମାଗତ ଦ୍ୱିତୀୟ ବିଜୟ। ଅଷ୍ଟ୍ରେଲିଆ ଏହାର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୭ ଉଇକେଟରେ ହରାଇ ଦେଇଥିଲା।
ସ୍ମିଥ୍‌ ଓ କୁଲ୍‌ଟର ନାଇଲ ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆକୁ ଆରମ୍ଭରେ ଓ୍ବେଷ୍ଟଇଣ୍ଡିଜ ଫାଷ୍ଟ ବୋଲରଙ୍କ ଶର୍ଟ ପିଚ୍‌ ଡେଲିଭରି ସାମ୍ନା କରିବା କଷ୍ଟସାଧ୍ୟ ହୋଇଥିଲା। ଟ୍ରେଣ୍ଟବ୍ରିଜ୍‌ ଟ୍ରାକ୍‌ରେ ବଲ୍‌ ଖୁବ୍‌ ବାଉନ୍ସ କରିବା ସହ ସୁଇମ୍‌ କରିଥିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ସହଜରେ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ଏହାର ପ୍ରଥମ ୮ ଓଭର ବ୍ୟାଟିଂରେ ମାତ୍ର ୩୮ ରନରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଆରୋନ୍‌ ଫିଞ୍ଚ୍‌ (୬), ଡେଭିଡ୍‌ ଓ୍ବାର୍ନର (୩), ଉସ୍‌ମାନ ଖ୍ବାଜା (୧୩) ଏବଂ ଗ୍ଲେନ ମାକ୍ସଓ୍ବେଲ (୦)ଙ୍କୁ ଶୀଘ୍ର କ୍ରିଜ୍‌ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ସ୍ମିଥ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଲଢୁଆ ପ୍ରତ୍ୟାବର୍ତ୍ତନ କରିଥିଲା। ସେ ୧୦୩ ବଲରେ ୭୩ ରନ ସଂଗ୍ରହ କରିଥିବାବେଳେ କୁଲ୍‌ଟର ନାଇଲ ୬୦ ବଲରୁ ୯୨ ରନର ଏକ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ। କୁଲ୍‌ଟର ନାଇଲ ୮ ଚୌକା ଓ ୪ ଛକା ଲଗାଇଥିଲେ। ବିଶ୍ୱକପ୍‌ରେ ୮ନମ୍ବର ବ୍ୟାଟ୍ସମ୍ୟାନ ହିସାବରେ ସର୍ବାଧିକ ରନ ସଂଗ୍ରହ କରିବାରେ ସେ ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। କୁଲ୍‌ଟର ନାଇଲଙ୍କର ଏହା ୨୯ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଥିବାବେଳେ ପ୍ରଥମ ଅର୍ଦ୍ଧଶତକ ଥିଲା। ପୂର୍ବରୁ ତାଙ୍କର ସର୍ବାଧିକ ସ୍କୋର ୩୪ ରନ ଥିଲା। ୧୭ତମ ଓଭର ବେଳକୁ ଅଷ୍ଟ୍ରେଲିଆ ସ୍କୋର ୭୯/୫ ରହିଥିଲା। ସ୍ମିଥ୍‌ ଓ କୁଲଟର ନାଇଲଙ୍କ ପ୍ରଭାବୀ ବ୍ୟାଟିଂ ଯୋଗୁ ଦଳର ସ୍କୋର ୪୦ଓଭରରେ ୨୦୬/୬ରେ ପହଞ୍ଚତ୍ୟାଇଥିଲା। ଅନ୍ତିମ ୯ ଓଭରରେ ଅଷ୍ଟ୍ରେଲିଆ ୮୧ ରନ ଯୋଗ କରିଥିଲା। ଦଳ ୪୯ ଓଭରରେ ୨୮୮ରନ କରି ଅଲଆଉଟ ହୋଇଯାଇଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କାର୍ଲୋସ ବ୍ରାଥଓ୍ବେଟ୍‌ ୩ଟି ଉଇକେଟ ଅକ୍ତିିଆର କରିଥିବାବେଳେ ଓଶାନେ ଥୋମାସ, ଶେଲଡନ କୋଟ୍ରେଲ ଓ ଆନ୍ଦ୍ରେ ରସେଲ ୨ଟି ଲେଖାଏ ଉଇକେଟ ନେଇଥିଲେ। କୁଲ୍‌ଟର ନାଇଲ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ: ୪୯ ଓଭରରେ ୨୮୮/ଅଲଆଉଟ (କୁଲ୍‌ଟର ନାଇଲ-୯୨, ସ୍ମିଥ୍‌-୭୩, ଆଲେକ୍ସ କାରେ-୪୫; ବ୍ରାଥ୍‌ଓ୍ବେଟ୍‌-୩/୬୭, ରସେଲ-୨/୪୧, କୋଟ୍ରେଲ-୨/୫୬, ଥୋମାସ୍‌-୨/୬୩)।
ଓ୍ବେଷ୍ଟଇଣ୍ଡିଜ: ୫୦ ଓଭରରେ ୨୭୩/୯ (ସାଇ ହୋପ୍‌-୬୮, ଜାସନ ହୋଲ୍ଡର-୫୧, ନିକୋଲାସ ପୁରାନ-୪୦; ମିଚେଲ ଷ୍ଟାର୍କ-୫/୪୬, ପ୍ୟାଟ୍‌ କୁମିନ୍ସ-୨/୪୧, ଆଡାମ ଜାମ୍ପା-୧/୫୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri