Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ : କ୍ୱାର୍ଟରରେ ନାଡାଲ, ଓ୍ବାରିଙ୍କା, ହାଲେପ୍‌

ମେଲବୋର୍ନ, ୨୮।୧ (ଏଏଫ୍‌ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ର ୭ମ ଦିବସ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ଏକ ନମ୍ବର ଖେଳାଳି ରାଫାଲ, ନାଡାଲ, ଷ୍ଟାନ ଓ୍ବାରିଙ୍କା, ଡୋମିନକ୍‌ ଥିମ, ଆଲେକଜାଣ୍ଡର ଜେଭରେଭ ନିଜ ନିଜର ୩ୟ ରାଉଣ୍ଡ ମ୍ୟାଚ୍‌ ଜିତି ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ମହିଳା ସିଙ୍ଗଲ୍ସରେ ରୋମାନିଆର ସିମୋନା ହାଲେପ୍‌, ସ୍ପେନର ଗାର୍ବିନେ ମୁଗୁରୁଜା, ଏନେଟ୍ଟ କୋଣ୍ଟାଭେଇଟ୍‌ ଓ ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେନକୋଭା ଅନ୍ତିମ-୮’ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।
ନାଡାଲ-କିର୍ଗିଅସ୍‌ ୩ ଘଣ୍ଟା ୩୮ ମିନିଟ୍‌ ଲଢ଼ିଲେ
ବିଶ୍ୱର ଏକ ନମ୍ବର ପୁରୁଷ ସିଙ୍ଗଲ୍ସ ଖେଳାଳି ସ୍ପେନର ନାଡାଲ ଚତୁର୍ଥ ରାଉଣ୍ଡରେ ଏକ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଲେ। ଏହି ମ୍ୟାଚ୍‌ରେ ନାଡାଲ ୬-୩, ୩-୬, ୭-୬ (୮/୬), ୭-୬(୭/୪) ସେଟ୍‌ରେ ଅଷ୍ଟ୍ରେଲିଆର ନିକ୍‌ କିର୍ଗିଅସ୍‌ଙ୍କୁ ପରାସ୍ତ କରିଥିଲେ। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ପାଇଁ ନାଡାଲ ୩ ଘଣ୍ଟା ୩୮ ମିନିଟ୍‌ ପର୍ଯ୍ୟନ୍ତ ଲଢ଼େଇ କରି ଶେଷରେ ବିଜୟ ଲାଭ କରିଥିଲେ। ଏହି ବିଜୟ ସହ ୩୩ ବର୍ଷୀୟ ନାଡାଲ କିମ୍ବଦନ୍ତୀ ଖେଳାଳି ରୋଜର ଫେଡରର (୨୦ଥର)ଙ୍କ ରେକର୍ଡ ଗ୍ରାଣ୍ଡସ୍ଲାମ ବିଜୟ ଆଶା ଉଜ୍ଜିବୀତ ରଖିଛନ୍ତି। ୧୯ଥରର ଗ୍ରାଣ୍ଡସ୍ଲାମ ବିଜେତା ଏହି ସ୍ପେନିଶ ଖେଳାଳି କ୍ୱାର୍ଟର ଫାଇନାଲରେ ଅନ୍ୟତମ ଘରୋଇ ପ୍ରତିଯୋଗୀ ଡୋମିନିକ୍‌ ଥିଏମ୍‌ଙ୍କୁ ଭେଟିବେ। ଥିଏମ୍‌ ୪ର୍ଥ ରାଉଣ୍ଡର ଏକ ମ୍ୟାଚ୍‌ରେ ଫ୍ରାନ୍ସର ଗେଲ୍‌ ମନଫିଲ୍ସଙ୍କୁ ୬-୨, ୬-୪, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ସେହିଭଳି ସୁଇଜରଲାଣ୍ଡ ଷ୍ଟାର୍‌ ଷ୍ଟାନ୍‌ ଓ୍ବାରିଙ୍କା ୬-୨, ୨-୬, ୪-୬, ୭-୬ (୭/୨), ୬-୨ ସେଟ୍‌ରେ ଡାନିଲ୍‌ ମେଡ୍‌ଭେଡେଭଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ଅନ୍ତିମ-୮ ରାଉଣ୍ଡରେ ସେ ଜର୍ମାନୀର ଆଲେକ୍ସଜାଣ୍ଡର ଜେଭରେଭଙ୍କୁ ଭେଟିବେ। ଅନ୍ୟ ଏକ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଜେଭରେଭ ୬-୪, ୬-୪, ୬-୪ ସିଧାସଳଖ ସେଟ୍‌ରେ ଆନ୍ଦ୍ରେ ରବ୍‌ଲେଭଙ୍କୁ ହରାଇଛନ୍ତି।
କର୍ବରଙ୍କ ବିଦାୟ
ମହିଳା ସିଙ୍ଗଲ୍ସରେ ସିମୋନା ହାଲେପ୍‌ ଏକ ସହଜସାଧ୍ୟ ବିଜୟ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ହାଲେପ୍‌ ୬-୪, ୬-୪ ସିଧାସଳଖ ସେଟ୍‌ରେ ଏଲିସେ ମର୍ଟେନ୍ସଙ୍କୁ ହରାଇ ବିଦାୟର ରାସ୍ତା ଦେଖାଇଛନ୍ତି। ଓ୍ବିମ୍ବେଲଡନ୍‌ ବିଜୟିନୀ ହାଲେପ୍‌ କ୍ୱାର୍ଟର ଫାଇନାଲରେ ଇସ୍ତୋନିଆର ଏନେଟ୍ଟ କୋଣ୍ଟାଭେଇଟ୍‌ଙ୍କୁ ଭେଟିବେ। କୋଣ୍ଟୋଭେଇଟ୍‌ ୬-୭ (୪/୭), ୭-୫, ୭-୫ ସେଟ୍‌ରେ ପୋଲାଣ୍ଡର ଇଗା ସ୍ବିଟେକ୍‌ଙ୍କୁ ହରାଇଛନ୍ତି। ତେବେ ୨୦୧୬ରେ ଏଠାରେ ଟାଇଟଲ୍‌ ଜିତିଥିବା ଆଞ୍ଜେଲିକ କର୍ବରଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭା ୬-୭ (୫/୭), ୭-୬ (୭/୪), ୬-୨ ସେଟ୍‌ରେ କର୍ବରଙ୍କୁ ମାତ୍‌ ଦେଇ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। କ୍ୱାର୍ଟରରେ ସେ ଗାର୍ବିନେ ମୁଗୁରୁଜାଙ୍କୁ ଭେଟିବେ। ଚତୁର୍ଥ ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍‌ରେ ୨ଥା ଗ୍ରାଣ୍ଡସ୍ଲାମ ବିଜୟିନୀ ମୁଗୁରୁଜା ୬-୩, ୬-୩ରେ କିକି ବର୍ଟେନ୍ସଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri