Posted inଖେଳ

ଅଷ୍ଟ୍ରେଲିଆକୁ ହରାଇଲା ଦକ୍ଷିଣ ଆଫ୍ରିକା

ପାର୍ଲ (ଦକ୍ଷିଣ ଆଫ୍ରିକା), ୧ା୩ (ଏଏଫ୍‌ପି)-ସ୍ଥାନୀୟ ବୋଲାଣ୍ଡ ପାର୍କଠାରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭୪ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୯୨ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୫.୧ ଓଭରରେ ୨୧୭ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ସର୍ବାଧିକ ୭୬ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ଲୁଙ୍ଗି ଏନ୍‌ଗିଡି ୩ ଏବଂ ଏନରିଜ୍‌ ନୋର୍ଜେ ଓ ଟାବ୍ରେଜ୍‌ ସାମ୍‌ସୀ ୨ଟି ଲେଖାଏଁ ଉଇକେଟ ହାସଲ କରିଥିଲେ।
ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ହେନ୍‌ରିଚ୍‌ କ୍ଳାସେନଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ (୧୨୩*)ସହାୟତାରେ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୨୯୧ ରନ କରିଥିଲା। ଘରୋଇ ଦଳ ଏକଦା ୪୮ ରନରେ ୩ ଉଇକେଟ ହରାଇ ବିପର୍ଯ୍ୟୟରେ ପଡ଼ିଥିବା ବେଳେ କ୍ଳାସେନ ବ୍ୟାଟିଂ କରିବାକୁ ଆସିଥିଲେ। ସେ କାଇଲ ଭରେନି(୪୮)ଙ୍କ ସହିତ ଚତୁର୍ଥ ଉଇକେଟରେ ୭୮ ରନର ଭାଗୀଦାରି କରିଥିଲେ। ପରେ ୫ମ ଉଇକେଟରେ ସେ ଡେଭିଡ୍‌ ମିଲର (୬୪)ଙ୍କ ସହ ୧୪୯ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ୍‌ କରିଥିଲେ। ଏହା ପୂର୍ବରୁ କ୍ଲାସେନଙ୍କ ସର୍ବୋଚ୍ଚ ସ୍କୋର ୫୯ ଥିଲା। ସେ ତାଙ୍କ ୧୨୩ ରନର ଅପରାଜିତ ଇନିଂସରେ ୧୧୪ ବଲ୍‌ର ସାମ୍‌ନା କରି ୭ ଚୌକା ଓ ୩ ଛକା ଲଗାଇଥିଲେ। ଦଳର ଅବଶିଷ୍ଟ ବ୍ୟାଟ୍ସମ୍ୟାନ ୧୦ ଚୌକା ଓ ଗୋଟିଏ ଛକା ଲଗାଇଥିଲେ।

ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା : ୧୦ ଓଭରରେ ୨୯୧/୭ (କ୍ଳାସେନ-୧୨୩*, ଡେଭିଡ୍‌ ମିଲର-୬୪, ଭରେନି-୪୮; ପ୍ୟାଟ କୁମିନ୍ସ-୩/୪୫, ମିଚେଲ ଷ୍ଟାର୍କ-୨/୫୯)।
ଅଷ୍ଟ୍ରେଲିଆ:୪୫.୧ ଓଭରରେ ୨୧୭/ଅଲଆଉଟ (ଷ୍ଟିଭେନ ସ୍ମିଥ-୭୬, ମାର୍ନସ ଲାବୁସାନେ-୪୧; ଲୁଙ୍ଗି ଏନ୍‌ଗିଡ଼ି-୩/୩୦, ଏନରିଜ୍‌ ନୋର୍ଜେ-୨/୩୯ ,ଟାବ୍ରେଜ୍‌ ସାମ୍‌ସୀ-୪୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri