Posted inଖେଳ

ଅଶ୍ୱିନଙ୍କ ପ୍ରତି ମୁଁ ଈର୍ଷାନ୍ବିତ ନୁହେଁ

ନୂଆଦିଲ୍ଲୀ, ୬ା୫ (ପି.ଟି.)-ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତି ମୋର ଈର୍ଷା ରହିଛି ବୋଲି କିଛି ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତାହା ଠିକ୍‌ ନୁହେଁ ବୋଲି କହିଛନ୍ତି, ଭାରତର ଭେଟେରାନ ସ୍ପିନର ହରଭଜନ ସିିଂ। ଅଶ୍ୱିନ ହରଭଜନଙ୍କ ସ୍ଥାନରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଅଷ୍ଟ୍ରେଲିଆର ନାଥାନ ଲିଅନ ଓ ସେ ବିଶ୍ୱର ଶ୍ରେଷ୍ଠ ଅଫ୍‌-ସ୍ପିନର ଭାବେ ପରିଗଣିତ ହେଉଛନ୍ତି। ହରଭଜନ ଏପର୍ଯ୍ୟନ୍ତ ଅବସର ନେଇ ନାହାନ୍ତି। ଶେଷ ଥର ପାଇଁ ସେ ୨୦୧୬ରେ ଭାରତ ତରଫରୁ ଖେଳିଥିଲେ। ୩୯ ବର୍ଷୀୟ ଏହି କ୍ରିକେଟର ୧୦୩ ଟେଷ୍ଟ ଖେଳିସାରିଛନ୍ତି। ଫାଇନାଲ ଗେମ୍‌ ସେ ୨୦୧୫ରେ ଖେଳିଥିଲେ। ଅନ୍ୟପକ୍ଷରେ ଅଶ୍ୱିନ ୨୦୧୧ରେ ପଦାର୍ପଣ ପରଠାରୁ ୭୧ ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଅଶ୍ୱିନଙ୍କ ସହିତ ଏକ ଲାଇଭ୍‌ ଚାଟ୍‌ ବେଳେ ହରଭଜନ କହିଛନ୍ତି, ତାମିଲନାଡୁ ବୋଲରଙ୍କ ପ୍ରତି ମୋ ମନରେ ଈର୍ଷା ଭାବ ରହିଛି। ଏହି ପ୍ରସଙ୍ଗକୁ କିଛି ଲୋକ ମୋ ନାମରେ ନାନା କଥା କହିଥାଇ ପାରନ୍ତି ହେଲେ ମୋର ସେଥିରେ କୌଣସି ଫରକ ପଡ଼ୁ ନାହିଁ। ବର୍ତ୍ତମାନର ଖେଳାଳିଙ୍କ ମଧ୍ୟରେ କିନ୍ତୁ ଅଶ୍ୱିନ ଶ୍ରେଷ୍ଠ ଅଫ୍‌ ସ୍ପିନର। ନାଥାନ ଲିଅନଙ୍କୁ ମଧ୍ୟ ମୁଁ ପସନ୍ଦ କରେ। କାରଣ ଅଷ୍ଟ୍ରେଲିଆ ପିଚ୍‌ ସ୍ପିନରମାନଙ୍କୁ ସୁହାଇ ନ ଥାଏ। ସେ ଦେଶରେ ସ୍ପିନ୍‌ ବୋଲିଂ କରିବା ସହଜ ହୋଇ ନ ଥାଏ। ଅଶ୍ୱିନ ଆଗକୁ ଅଧିକରୁ ଅଧିକ ଉଇକେଟ ନେଇ ଜଣେ କିମ୍ବଦନ୍ତୀ ଖେଳାଳି ଭାବେ ନିଜକୁ ପ୍ରତଷ୍ଠିତ କରନ୍ତୁ ବୋଲି ମୁଁ ଶୁଭ କାମନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri