Categories: ଗଞ୍ଜାମ

ଅଶ୍ଳୀଳ ମେସେଜ ପଠାଇ ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୨୬ା୭- ଟୁର ଆଣ୍ଡ ଟ୍ରାଭେଲସ ମାଲିକଙ୍କୁ ଅଶ୍ଳୀଳ ମେସେଜ ପଠାଇବା ସହ ଧମକ ଚମକ ଦେବା ଅଭିଯୋଗରେ ଗୋଷାଣୀନୂଆଗଁା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହଳଦିଆପଦରର ନିକୁ ପାଣିଗ୍ରାହୀ (୨୭) ବୋଲି ଥାନାଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି। ମାମଲା ନଂ. ୭୪/୧୯ରେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ନିକୁ ଏହିସବୁ କାରନାମା ବେଳେ ବ୍ୟବହୃତ କରିଥିବା ମୋବାଇଲ ଫୋନ ଓ ଅନ୍ୟାନ୍ୟ ସରଞ୍ଜାମଗୁଡିକୁ ପୋଲିସ ଜବତ କରିଛି। ପ୍ରକାଶ ଯେ, ଗୋଷାଣୀନୂଆଗଁାରେ କୈଳାସ ପାଣିଗ୍ରାହୀ ଏକ ଟୁର ଆଣ୍ଡ ଟ୍ରାଭେଲସ କରିଛନ୍ତି। ପୂର୍ବରୁ ତାଙ୍କ ପାଖରେ ନିକୁ କାର ଡ୍ରାଇଭର ଭାବେ କାମ କରୁଥିଲେ ା କିଛି ମାସ ତଳେ ନିକୁଙ୍କ ବ୍ୟବହାରରେ ଅତିଷ୍ଠ ହୋଇ କୈଳାସ ତାଙ୍କୁ ବାହାର କରି ଦେଇଥିଲେ। ନିକୁ ମାଲିକଙ୍କ ଉପରେ ରାଗ ରଖି ଗତ କିଛିଦିନ ଧରି ଲଗାତର ଭାବେ ଫେସବୁକରେ ପୋଷ୍ଟ ହୋଇଥିବା ମାଲିକ ପରିବାରଙ୍କ ଫଟୋକୁ ଅଶ୍ଳୀଳ ମେସେଜ ପଠାଉଥିଲେ। ଏପରିକି ଟ୍ରାଭେଲସ ନିକଟକୁ ଆସି ମାଲିକଙ୍କୁ ଗାଳି ଗୁଳଜ କରିବା ସହ ଧମକଚମକ ଦେଇଥିଲେ। ପରେ କୈଳାସ ଏନେଇ ଥାନାରେ ଅଭିଯୋଗ କରିଥିଲେ ବୋଲି ପୋଲିସ କହିଛି।