Categories: ଜାତୀୟ

ଅଲ୍‌କାଇଦା ଆତଙ୍କବାଦୀ ଝାଡ଼ଖଣ୍ଡରୁ ଗିରଫ

ରାଞ୍ଚି,୨୨।୯: ଜଣେ ଅଲ୍‌କାଇଦା ଆତଙ୍କବାଦୀଙ୍କୁ ଏଟିଏସ୍‌ ଟିମ୍‌ ଝାଡ଼ଖଣ୍ଡରୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନାମ ମୌଲାନା ମହମ୍ମଦ କଲିମୁଦ୍ଦିନ୍‌ ମୁଜାହିରି ବୋଲି କୁହାଯାଉଛି। ସେ ସ୍ଥାନୀୟ ଜାମସେଦ୍‌ପୁର ମାନଗୋ ଅଞ୍ଚଳର ଆଜାଦ୍‌ ନଗର ବାସିନ୍ଦା। ସ୍ଥାନୀୟ ରେଳଷ୍ଟେଶନରୁ ତାଙ୍କୁ ଗିରଫ କରାଯାଇଛି। ସେ ଦୀର୍ଘ ଦିନ ଧରି ଅଲ୍‌କାଇଦା ସଂଗଠନ ସହିତ ଜଡ଼ିତ ଥିବା ଏଟିଏସ୍‌ ଟିମ୍‌୍‌ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ୨୦୧୬ଠାରୁ ଏଟିଏସ୍‌ ଖୋଜୁଥିଲା। ସେ ଭାରତରେ ଅଲ୍‌କାଇଦା ପାଇଁ କାମ କରୁଥିଲେ। ଭାରତର ପୂର୍ବାଞ୍ଚଳ ମୁଖ୍ୟ ଭାବେ ସେ କାର୍ଯ୍ୟ କରୁଥିଲେ। ସେ ୨୦୦୧ରେ ଅଲ୍‌କାଇଦାରେ ଯୋଗଦେଇଥିଲେ।

Share