Posted inଖେଳ

ଅଲିମ୍ପିକ୍‌ ଡିଲେ: ପ୍ରାୟୋଜକ ନେଇ ଅନିଶ୍ଚିତତାରେ ଆଥ୍‌ଲେଟ

ଓ୍ବାଶିଂଟନ,୨୬।୩(ଏପି)- କୋଭିଡ-୧୯ ଆତଙ୍କ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଯାଇଛି। ତେବେ ଏଥିପାଇଁ ସାରା ବିଶ୍ୱରେ ଆଥଲେଟମାନେ ଏକ ନୂଆ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବାରୁ ଏବେ ଆଥଲେଟମାନେ ସେମାନଙ୍କ ପ୍ରାୟୋଜକ ନେଇ ଅନିଶ୍ଚିତତାରେ ରହିଛନ୍ତି। ଫଳରେ ନିଜର ସ୍ବାସ୍ଥ୍ୟ ଓ ଫିଟ୍‌ନେସକୁ ବଜାୟ ରଖିବା ଏବେ ଆଥଲେଟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଆମେରିକୀୟ ଶଟ୍‌ପୁଟର ରିଆନ କ୍ରୋଉଜର। ଗତ ୨୦୧୬ ଅଲିମ୍ପିକ୍ସରେ ରିଆନ ଶଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଓ ଏହାକୁ ଟୋକିଓ ଅଲିମ୍ପିକ୍ସରେ ବଜାୟ ରଖିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସେ ପ୍ରାୟୋଜକଙ୍କଠାରୁ ପାଉଥିବା ଅର୍ଥ ପାଇବା ନେଇ ଆଶଙ୍କାର ରହିଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବାରୁ ଏପରି ପରସ୍ଥିତି ସୃଷ୍ଟି ହୋଇଛି। ପ୍ରାୟୋଜକଙ୍କ ସହ ତାଙ୍କର ଚୁକ୍ତି ୨୦୨୦ ପର୍ଯ୍ୟନ୍ତ ରହିଛି। ଏପରିସ୍ଥଳେ ଏହି ଚୁକ୍ତି ୨୦୨୧ ପର୍ଯ୍ୟନ୍ତ ରହିବ କି ଏନେଇ ସେ ଆଶଙ୍କାରେ ରହିଛନ୍ତି। ଅର୍ଥ ମିଳିବା ବନ୍ଦ ହେଲେ ନିଜକୁ ଫିଟ୍‌ ରଖିବା ଓ ଅଲିମ୍ପିକ୍ସ ପାଇଁ ଟ୍ରେନିଂ ଜାରି ରଖିବା କଷ୍ଟକର ହୋଇପଡିବ ବୋଲି ରିଆନ କହିଛନ୍ତି। ପ୍ରାୟୋଜକଙ୍କଠାରୁ ମୋତେ ଅଧିକାଂଶ ଅର୍ଥ ମିଳିଥାଏ। ଜଣାଶୁଣା କ୍ରୀଡ଼ା ପୋଷାକ ଉତ୍ପାଦନକାରୀ କମ୍ପାନୀ ନାଇକ ତାଙ୍କର ପ୍ରାୟୋଜକ ରହିଆସିଛନ୍ତି। ତେବେ ଏ ସଂକ୍ରାନ୍ତରେ ନାଇକ୍‌ ତରଫରୁ କିଛି କୁହାଯାଇନାହିଁ। ରିଆନଙ୍କ ଭଳି ପ୍ରାୟ ସବୁ ଆଥଲେଟ ସମାନ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ତେବେ ଅଲିମ୍ପିକ୍ସ ଘୁଞ୍ଚିଯାଇଥିବାରୁ ପ୍ରାୟୋଜକମାନେ ଆଥଲେଟଙ୍କ ସମସ୍ୟା ହୃଦୟଙ୍ଗମ କରି ଆବଶ୍ରକୀୟ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri