Posted inଖେଳ

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି: ମନଦୀପଙ୍କ ହ୍ୟାଟ୍ରିକ, ଭାରତ ଫାଇନାଲରେ

ଟୋକିଓ, ୨୧।୮(ପି.ଟି.)-ଷ୍ଟ୍ରାଇକର ମନଦୀପ ସିଂଙ୍କ ଆକର୍ଷଣୀୟ ହ୍ୟାଟ୍ରିକ ସହାୟତାରେ ଭାରତ ଏଠାରେ ଚାଲିଥିବା ପୁରୁଷ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଆୟୋଜକ ଜାପାନକୁ ୬-୩ ଗୋଲରେ ପରାସ୍ତ କରିଛି। ଏଥିସହ ଭାରତ ଫାଇନାଲରେ ପ୍ରବେଶ କରିଛି। ପୂର୍ବ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୧-୨ ଗୋଲରେ ହାରି ଯାଇଥିବା ଭାରତ ଏହି ବିଜୟ ସହ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ବୁଧବାର ଫାଇନାଲରେ ସେହି ନ୍ୟୁଜିଲାଣ୍ଡ ସହ ଭାରତର ମୁକାବିଲା ହେବ।
ଜାପାନ ଭଲ ଖେଳିଥିଲେ ହେଁ ମନଦୀପଙ୍କ ହ୍ୟାଟ୍ରିକ ଗୋଲ ଫଳାଫଳରେ ପ୍ରଭେଦ ଆଣିଥିଲା। ଏହି ଯୁବ ଖେଳାଳି ମ୍ୟାଚର ୯, ୨୯ ଓ ୩୦ତମ ମିନିଟରେ ୩ଟି ଗୋଲ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳକାନ୍ତ ଶର୍ମା ୩ୟ, ଓଡ଼ିଶାର ନୀଲମ ସଞ୍ଜୀପ ଖେସ୍‌ ୭ମ ଓ ଗୁରଜାନ୍ତ ସିଂ ୪୧ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଜାପାନ ପକ୍ଷରୁ କେନ୍‌ତାରୋ ଫୁକୁଦା ୨୫ତମ, କେନ୍‌ତା ତନକା ୩୬ତମ ଏବଂ କାଜୁମା ମୁରାତା ୫୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ।
ମ୍ୟାଚର ୩ୟ ମିନିଟରେ ଏକ ଫିଲ୍ଡ ଗୋଲ ମାଧ୍ୟମରେ ନୀଳକାନ୍ତ ଶର୍ମା ଭାରତ ପାଇଁ ଚମତ୍କାର ଆରମ୍ଭ କରିଥିଲେ। ଆରମ୍ଭରୁ ଗୋଲ ହେବା ଫଳରେ ଜାପାନ ଡିଫେନ୍ସ ବିଭାଗ ସ୍ବତଃ ଚାପକୁ ଆସି ଯାଇଥିଲା। ଗୁରଜାନ୍ତ ସିଂଙ୍କ ଶଟ୍‌ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିବାବେଳେ ୭ମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ନୀଲମ ସଞ୍ଜୀପ। ୯ମ ମିନିଟରେ ମନଦୀପଙ୍କ ଫିଲ୍ଡ ଗୋଲ ବଳରେ ଭାରତ ୧୦ ମିନିଟ ମଧ୍ୟରେ ୩-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ କ୍ୱାର୍ଟର ଶେଷଭାଗରେ ଜାପାନ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୁରଜାନ୍ତ ସଫଳତାର ସହ ପ୍ରତିହତ କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ଅପରିବର୍ତ୍ତିତ ରଖିଥିଲେ ହେଁ ଜାପାନ ଗୋଲକିପର ତାକାଶି ୟୋଶିକାଓ୍ବାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଗୋଲ ହୋଇପାରି ନ ଥିଲା। ଜାପାନ ୨୫ତମ ମିନିଟରେ ଫତ୍ୁକୁଦଙ୍କ ମାଧ୍ୟମରେ ଏକ ଫିଲ୍ଡ ଗୋଲ ଦେବାରେ ସକ୍ଷମ ହୋଇଥିଲା। ମାତ୍ର ମନଦୀପ ୨ ମିନିଟ ବ୍ୟବଧାନରେ ୨ଟି ଫିଲ୍ଡ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୫-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଜାପାନ ଆକ୍ରମଣାତ୍ମକ ଖେଳି ଗୋଲ ପରିଶୋଧ ଲକ୍ଷ୍ୟରେ ରହିଥିଲା। ତେବେ ଭାରତୀୟ ଗୋଲକିପର କିଶନ ପାଠକ କେତୋଟି ଶଟ୍‌ ଅଟକାଇବାରେ ସକ୍ଷମ ହୋଇଥିଲେ। ୩୬ତମ ମିନିଟରେ କେନ୍‌ତା ତନକା ଏକ ଫିଲ୍ଡ ଗୋଲ ଦେଇଥିଲେ। ମାତ୍ର ୪୧ତମ ମିନିଟରେ ଗୁରଜାନ୍ତ ସିଂ ଫିଲ୍ଡ ଗୋଲ ଦେବାରୁ ୩ୟ କ୍ୱାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୬-୨ରେ ପହଞ୍ଚତ୍ଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଲଢ଼େଇ ଜୋରଦାର ହୋଇଥିଲା। ବିଶେଷ କରି ଘରୋଇ ପରିବେଶରେ ଖେଳୁଥିବା ଜାପାନ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ତେବେ ଦଳ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri