Posted inଖେଳ

ଅଲିମ୍ପିକ୍‌ ଜ୍ୟୋତିକୁ ଜାପାନରେ ନୀରବ ସ୍ବାଗତ

ହିଗାଶିମାତ୍ସୁଶିମା, ୨୦।୩ (ଏଏଫ୍‌ପି)-କରୋନା ଭାଇରସ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଥିବା ବେଳେ ଏବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ବୃଦ୍ଧିପାଇଛି। ତେବେ ଇତିମଧ୍ୟରେ ଶୁକ୍ରବାର ଜାପାନରେ ଅଲିମ୍ପିକ୍‌ ଜ୍ୟୋତିକୁ ସ୍ବାଗତ କରାଯାଇଛି। ଏହି ସ୍ବାଗତ ଉତ୍ସବ ସମ୍ପୂର୍ଣ୍ଣ ରୂପେ ଫିକା ପଡିଥିଲା। ନୀରବରେ ମଶାଲକୁ ସ୍ବାଗତ କରାଯାଇଥିଲା। ଫଳରେ ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଲିମ୍ପିକ୍ସ ଜ୍ୟୋତିର ସ୍ବାଗତ ପାଇଁ ୨୦୦ ସ୍କୁଲ ପିଲାଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରାଯାଇଥିଲେ ମଧ୍ୟ ଶେଷରେ ଏହାକୁ ବାଧ୍ୟ ହୋଇ ବାତିଲ କରିବାକୁ ପଡିଥିଲା।
ଏକ ସ୍ବତନ୍ତ୍ର ଲଣ୍ଡନରେ ଏହି ଜ୍ୟୋତି ଏକ ଚାର୍ଟାଡ ବିମାନରେ ଏଠାରେ ଆସି ପହଞ୍ଚିଥିଲା। ଜଣେ ଜାପାନ ଅଲିମ୍ପିକ୍‌ କମିଟି ସଦସ୍ୟ ଏହି କ୍ରୀଡ଼ା ମହାକୁମ୍ଭକୁ ସ୍ଥଗିତ ରଖିବାକୁ ମତ ଦେଇଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ ମଧ୍ୟ ବିଭିନ୍ନ ପରିସ୍ଥିତି ନେଇ ଅନୁଧ୍ୟାନ କରାଯାଉଥିବା କହିଛନ୍ତି। ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆହୁରି ୪ ମାସ ବାକିଥିବାରୁ ସବୁ ପ୍ରକାର ପରିସ୍ଥିତି ଉପରେ ଆମେ ନଜର ରଖିଛୁ ବୋଲି ବାକ କହିଛନ୍ତି। ଏବେ କିଛି ଅନୁମାନ କରିବା କିମ୍ବା ଅନ୍ତିମ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବତନ ଅଲିମ୍ପିକ ଜୁଡୋ ଚାମ୍ପିୟନ ସାଓରି ୟୋଶିଡା ଓ ତାଡାହିରୋ ନେମୁରା ହାତ ଗଣିତ କେତେଜଣ ଅଧିକାରୀ ଓ ଅତିଥିଙ୍କ ସମ୍ମୁଖରେ ଆନୁଷ୍ଠାନିକ ଭାବେ କଲଡ୍ରୋନ ବା ହଣ୍ଡ ପ୍ରଜ୍ୱଳନ କରିଥିଲେ। ସ୍ବାସ୍ଥ୍ୟଗତ କାରଣ ଓ ନିରାପତ୍ତା ଦୃଷ୍ଟିକୋଣରୁ ସ୍କୁଲ ପିଲାମାନଙ୍କୁ ନିମନ୍ତ୍ରଣ କରିବାର ଯୋଜାନକୁ ବାତିଲ କରାଗଲା ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରେ ମୋରି କହିଛନ୍ତି। ମାର୍ଚ୍ଚ ୨୬ରେ ଦେଶବ୍ୟାପୀ ମଶାଲ ରିଲେ ଆରମ୍ଭ ହୋଇଛି। ଏହା ଫୁକୁଶିମାର ଜେ- ଭିଲେ ସ୍ପୋଟର୍‌ସ କମ୍ପ୍ଲେକ୍ସରୁ ଆରମ୍ଭ ହୋଇଛି। କରୋନା ଭାଇରସ କାରଣରୁ ଏହି ମିଶାଲ ରିଲେ ଫିକା ପଡିଛି।
ବିନା ଦର୍ଶକରେ ଗୀସ୍‌ରେ ମଶାଲ ରିଲେ ପ୍ରାରମ୍ଭିକ ପର୍ଯ୍ୟାୟକୁ ମଧ୍ୟ କାଟଛାଣ୍ଟ କରାଯାଇଥିଲା। ବତ୍ତର୍ମାନ ଯେଭଳି ପରିସ୍ଥିତ ସୃଷ୍ଟି ହୋଇଛି ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ଜାପାନିଜ ଅଲିମ୍ପିକ କମିଟି କାର୍ଯ୍ୟକାରୀ ନିର୍ଦ୍ଦେଶକ କାଓରି ୟାମାଗୁଚି କହିଛନ୍ତି। ଅନ୍ୟପଟେ ଆଇଓସି ନିଜ ଟ୍ୟାକ୍ସ ଫୋର୍ସ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ପରାମର୍ଶ ନେଇ କାର୍ଯ୍ୟକରିବ। ଅଲିମ୍ପିକ୍ସ ଠିକ୍‌ ସମୟରେ ଆୟୋଜନ କରିବ ଓ ଏହାକୁ ବାତିଲ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଆଇଓସି ମୁଖ୍ୟ ଥୋମାସ ବାକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ବିବାହ ଦିନ ଜୀବନ ହାରିଲେ ୨ ଭଉଣୀ

ଯୋଧପୁର,୨୨ା୨: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ମନାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୨ ଝିଅଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri