Posted inଖେଳ

ଅଲିମ୍ପିକ୍‌ ଜ୍ୟୋତିକୁ ଜାପାନରେ ନୀରବ ସ୍ବାଗତ

ହିଗାଶିମାତ୍ସୁଶିମା, ୨୦।୩ (ଏଏଫ୍‌ପି)-କରୋନା ଭାଇରସ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଥିବା ବେଳେ ଏବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ବୃଦ୍ଧିପାଇଛି। ତେବେ ଇତିମଧ୍ୟରେ ଶୁକ୍ରବାର ଜାପାନରେ ଅଲିମ୍ପିକ୍‌ ଜ୍ୟୋତିକୁ ସ୍ବାଗତ କରାଯାଇଛି। ଏହି ସ୍ବାଗତ ଉତ୍ସବ ସମ୍ପୂର୍ଣ୍ଣ ରୂପେ ଫିକା ପଡିଥିଲା। ନୀରବରେ ମଶାଲକୁ ସ୍ବାଗତ କରାଯାଇଥିଲା। ଫଳରେ ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଲିମ୍ପିକ୍ସ ଜ୍ୟୋତିର ସ୍ବାଗତ ପାଇଁ ୨୦୦ ସ୍କୁଲ ପିଲାଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରାଯାଇଥିଲେ ମଧ୍ୟ ଶେଷରେ ଏହାକୁ ବାଧ୍ୟ ହୋଇ ବାତିଲ କରିବାକୁ ପଡିଥିଲା।
ଏକ ସ୍ବତନ୍ତ୍ର ଲଣ୍ଡନରେ ଏହି ଜ୍ୟୋତି ଏକ ଚାର୍ଟାଡ ବିମାନରେ ଏଠାରେ ଆସି ପହଞ୍ଚିଥିଲା। ଜଣେ ଜାପାନ ଅଲିମ୍ପିକ୍‌ କମିଟି ସଦସ୍ୟ ଏହି କ୍ରୀଡ଼ା ମହାକୁମ୍ଭକୁ ସ୍ଥଗିତ ରଖିବାକୁ ମତ ଦେଇଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ ମଧ୍ୟ ବିଭିନ୍ନ ପରିସ୍ଥିତି ନେଇ ଅନୁଧ୍ୟାନ କରାଯାଉଥିବା କହିଛନ୍ତି। ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆହୁରି ୪ ମାସ ବାକିଥିବାରୁ ସବୁ ପ୍ରକାର ପରିସ୍ଥିତି ଉପରେ ଆମେ ନଜର ରଖିଛୁ ବୋଲି ବାକ କହିଛନ୍ତି। ଏବେ କିଛି ଅନୁମାନ କରିବା କିମ୍ବା ଅନ୍ତିମ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବତନ ଅଲିମ୍ପିକ ଜୁଡୋ ଚାମ୍ପିୟନ ସାଓରି ୟୋଶିଡା ଓ ତାଡାହିରୋ ନେମୁରା ହାତ ଗଣିତ କେତେଜଣ ଅଧିକାରୀ ଓ ଅତିଥିଙ୍କ ସମ୍ମୁଖରେ ଆନୁଷ୍ଠାନିକ ଭାବେ କଲଡ୍ରୋନ ବା ହଣ୍ଡ ପ୍ରଜ୍ୱଳନ କରିଥିଲେ। ସ୍ବାସ୍ଥ୍ୟଗତ କାରଣ ଓ ନିରାପତ୍ତା ଦୃଷ୍ଟିକୋଣରୁ ସ୍କୁଲ ପିଲାମାନଙ୍କୁ ନିମନ୍ତ୍ରଣ କରିବାର ଯୋଜାନକୁ ବାତିଲ କରାଗଲା ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରେ ମୋରି କହିଛନ୍ତି। ମାର୍ଚ୍ଚ ୨୬ରେ ଦେଶବ୍ୟାପୀ ମଶାଲ ରିଲେ ଆରମ୍ଭ ହୋଇଛି। ଏହା ଫୁକୁଶିମାର ଜେ- ଭିଲେ ସ୍ପୋଟର୍‌ସ କମ୍ପ୍ଲେକ୍ସରୁ ଆରମ୍ଭ ହୋଇଛି। କରୋନା ଭାଇରସ କାରଣରୁ ଏହି ମିଶାଲ ରିଲେ ଫିକା ପଡିଛି।
ବିନା ଦର୍ଶକରେ ଗୀସ୍‌ରେ ମଶାଲ ରିଲେ ପ୍ରାରମ୍ଭିକ ପର୍ଯ୍ୟାୟକୁ ମଧ୍ୟ କାଟଛାଣ୍ଟ କରାଯାଇଥିଲା। ବତ୍ତର୍ମାନ ଯେଭଳି ପରିସ୍ଥିତ ସୃଷ୍ଟି ହୋଇଛି ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ଜାପାନିଜ ଅଲିମ୍ପିକ କମିଟି କାର୍ଯ୍ୟକାରୀ ନିର୍ଦ୍ଦେଶକ କାଓରି ୟାମାଗୁଚି କହିଛନ୍ତି। ଅନ୍ୟପଟେ ଆଇଓସି ନିଜ ଟ୍ୟାକ୍ସ ଫୋର୍ସ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ପରାମର୍ଶ ନେଇ କାର୍ଯ୍ୟକରିବ। ଅଲିମ୍ପିକ୍ସ ଠିକ୍‌ ସମୟରେ ଆୟୋଜନ କରିବ ଓ ଏହାକୁ ବାତିଲ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଆଇଓସି ମୁଖ୍ୟ ଥୋମାସ ବାକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri