Posted inଖେଳ

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଅପେକ୍ଷା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ, ୧୭ା୪(ପି.ଟି.)-ନିଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାରେ ରହିଛନ୍ତି ଜାତୀୟ ରେକର୍ଡ ହାସଲକାରୀ ଲଙ୍ଗ୍‌ଜମ୍ପର ମୁରଲୀ ଶ୍ରୀଶଙ୍କର। କୋଭିଡ୍‌-୧୯ ମହାମାରୀର ଆବିର୍ଭାବ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ପାଇଁ ସେ ଯେଉଁ ଯୋଜନା ପ୍ରସ୍ତୁତ କରିଥିଲେ ତାହାସବୁ ବିଗିଡ଼ି ଯାଇଛି। ତାଙ୍କୁ ଆହୁରି ବହୁ ଦିନ ଅପେକ୍ଷା କରିବାକୁ ପଡ଼ିବ। ଇଣ୍ଡିଆନ ଗ୍ରାଁ ପ୍ରିର ପ୍ରଥମ ଲେଗ୍‌ ପାଇଁ ୨୧ବର୍ଷୀୟ ଶ୍ରୀଶଙ୍କର ଗତ ମାସରେ ଏନ୍‌ଆଇଏସ୍‌ ପଟିଆଲାରେ ଥିଲେ। ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଇଣ୍ଡିଆନ ଗ୍ରଁା ପ୍ରି ହେଉଛି ଏକ ସ୍ବୀକୃତିପ୍ରାପ୍ତ ଇଭେଣ୍ଟ। ମାତ୍ର କରୋନା ଭାଇରସ୍‌ ତାଙ୍କର ସମସ୍ତ ଯୋଜନାକୁ ଏପଟସେପଟ କରିଦେଲା। ଇଣ୍ଡିଆନ ଗ୍ରାଁ ପ୍ରି ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକିଥିବାବେଳେ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାହାକୁ ବାତିଲ କରିଦିଆଗଲା। ଶ୍ରୀଶଙ୍କର କହିଛନ୍ତି ଇଣ୍ଡିିଆନ୍‌ ଗ୍ରାଁପ୍ରି-୧ରେ ଅଂଶଗ୍ରହଣ ଲାଗିି ମୁଁ କେରଳରୁ ପଟିଆଲା ଯାଇଥିଲି। କିନ୍ତୁ ଇଭେଣ୍ଟ ଆରମ୍ଭ ଦିବସର ସନ୍ଧ୍ୟାରେ ହଠାତ୍‌ ଏହାକୁ ବାତିଲ କରିଦିଆଗଲା। ଏହା ମୋ ପାଇଁ ନୈରାଶ୍ୟଜନକ ଥିଲା। ମାତ୍ର ସୌଭାଗ୍ୟବଶତଃ ଲକ୍‌ ଡାଉନ୍‌ ଘୋଷଣା ପୂର୍ବରୁ ମୁଁ ନିଜ ଘରକୁ ଫେରି ଆସିଥିଲି। ଲକ୍‌ଡାଉନ୍‌ଯୋଗୁ ସମସ୍ତ ଘରୋଇ ବିମାନ ଚଳାଚଳ ବାତିଲ ହୋଇଯିବାରୁ ମୋତେ ଫେରିବା ସମ୍ଭବପର ହୋଇ ନ ଥାନ୍ତା। କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ଅନ୍ୟ ଏକ ଅଲିମ୍ପିକ ଯୋଗ୍ୟତା ହାସଲ ଇଭେଣ୍ଟ ସିନିୟର ନ୍ୟାଶନାଲ ଚାମ୍ପିୟନଶିପ୍‌ (ଏପ୍ରିଲ୧୦ରୁ୧୩) ମଧ୍ୟ ସ୍ଥଗିତ ରଖାଯାଇଥିଲା। ଓ୍ବାଲର୍‌ଡ ଆଥଲେଟିକ୍ସ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତି ମୋତେ ହତାଶା କରିଥିଲା। ସିଜନ ଶେଷ ହୋଇଗଲା। ବର୍ତ୍ତମାନ ଡିସେମ୍ବରରେ କ୍ୱାଲିଫିକେଶନ ପିରିୟଡ ଆରମ୍ଭ ହେବ। ଶୀତଋତୁରେ କାର୍ଯ୍ୟକଳାପ ସେତେ ହୋଇପାରିବ ନାହିଁ। ଆସନ୍ତାବର୍ଷ ଫେବୃୟାରୀ-ମାର୍ଚ୍ଚରେ ଆମକୁ ଆରମ୍ଭ କରିବାକୁ ପଡ଼ିବ। ଅର୍ଥାତ୍‌ ମୋତେ ଦୀର୍ଘ ସମୟ ପ୍ରତୀକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି କେରଳ ରାଜ୍ୟର ପାଲାକାଡ୍‌ ବାସିନ୍ଦା ଆଥ୍‌ଲେଟ ଶ୍ରୀଶଙ୍କର। କେରଳର ଏହି ଯୁବ ଲଙ୍ଗଜମ୍ପର କେବେ ହେଲା ଅଲିମ୍ପିକ ଯୋଗ୍ୟତା ଅଙ୍କ ୮.୨୨ ସ୍ପର୍ଶ କରିନାହାନ୍ତି। ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ସଫଳତା (୮.୨୦ମିଟର) ସେ ୨୦୧୮ରେ ଭୁବନେଶ୍ୱରରେ ହାସଲ କରିଥିଲେ। ଶ୍ରୀଶଙ୍କର କହିଛନ୍ତି, ବର୍ତ୍ତମାନ ମୁଁ ଭଲ ଫର୍ମରେ ଥିଲି। ଇଣ୍ଡିଆନ ଗ୍ରାଁ ପ୍ରିର ପ୍ରଥମ ଲେଗ୍‌ରେ ମୁଁ ଯୋଗ୍ୟତା ହାସଲ କରିପାରିବି ବୋଲି ମୋର ଦୃଢ ବିଶ୍ୱାସ ଥିଲା। ମାତ୍ର ଆସନ୍ତା ବର୍ଷ ମୋର ଏହି ଫର୍ମ ଥିବ କି ନା ତାହା କହିହେବ ନାହିଁ। ମୋ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri