ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀମୁହାଁଣରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛଧରା ବନ୍ଦ

କାକଟପୁର,୧।୧୧(ଡି.ଏନ୍‌.ଏ.): ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଶୁକ୍ରବାରଠାରୁ ଅସ୍ତରଙ୍ଗ ଦେବୀମୁହାଁଣଠାରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛ ଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ନଭେମ୍ବର ୧ରୁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ ଏହି ନିଷିଧାଦେଶ ଜାରି ହୋଇଥିବା ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ହିମାନ ନାୟକ ସୂଚନା ଦେଇଛନ୍ତି। ଏହି ସମୟରେ ବନ ବିଭାଗ, ମତ୍ସ୍ୟ ବିଭାଗ, ପୋଲିସ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବାକୁ ବ୍ୟବସ୍ଥା ହୋଇଛି। ନିଷିଧାଞ୍ଚଳରେ ବେଆଇନଭାବେ ମାଛ ମାରିଲେ ଓମଫ୍ରା ଆଇନ ଅନୁସାରେ ଟ୍ରଲର, ଡଙ୍ଗା, ଟାପା ସବୁକୁ ଜବତ କରାଯିବ ବୋଲି ନାୟକ କହିଛନ୍ତି।