Posted inଖେଳ

ଅଲଗା ଅଧିନାୟକ, କୋଚ୍‌ ସପକ୍ଷରେ ପିସିବି

କରାଚି, ୨୨।୭ (ପି.ଟି.)- ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ଓ କୋଚ୍‌ ନିଯୁକ୍ତ କରିବା ସପକ୍ଷରେ ରହିଛି। ପିସିବିର ଜୈନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ ଚଳିତ ମାସ ଅନ୍ତିମ ଭାଗରେ କ୍ରିକେଟ୍‌ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଭିନ୍ନ ଫର୍ମାଟ୍‌ ଲାଗି ଅଲଗା ଅଧିନାୟକ ଓ କୋଚ୍‌ ରଖିବା ପାଇଁ ପ୍ରସ୍ତାବ ଦିଆଯିବ ଏବଂ ଏହା ଉପରେ ଆଲୋଚନା କରାଯିବ ବୋଲି ଏହି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି। ‘ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ ଟେଷ୍ଟ ଚାମ୍ପିୟନଶିପ୍‌ରେ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ବାଂଲାଦେଶ ଓ ଇଂଲଣ୍ଡ ବିପକ୍ଷରେ ୮ ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ତେଣୁ ଟେଷ୍ଟରେ କିପରି ଉନ୍ନତ ପ୍ରଦର୍ଶନ କରିହେବ ପିସିବି ଏହା ଉପରେ ଧ୍ୟାନ ଦେଉଛି। କିନ୍ତୁ ବୋର୍ଡ ବର୍ତ୍ତମାନ ଟେଷ୍ଟ ଓ ଦିନିକିଆ ପାଇଁ ଅଲଗା ଅଲଗା ଅଧିନାୟକ ଓ କୋଚ୍‌ ନିଯୁକ୍ତ କରିବାକୁ ଚିନ୍ତା କରୁଛି’ ବୋଲି ପିସିବିର ଏହି ଅଧିକାରୀ କହିଛନ୍ତି। ପିସିବି ମ୍ୟାନେଜିଂ ଡିରେକ୍ଟର ଓ୍ବାସିମ ଖାଁ ଓ କ୍ରିକେଟ୍‌ କମିଟିର ସଦସ୍ୟ ତଥା ପୂର୍ବତନ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ଚଳିତ ମାସ ପ୍ରାରମ୍ଭରେ ଲଣ୍ଡନରେ ପରସ୍ପରକୁ ଭେଟିଥିଲେ। ଏଥିରେ ଅଧିନାୟକ ସର୍ଫରାଜ ଅହମ୍ମଦ ଓ କୋଚ୍‌ ମିକି ଆର୍ଥରଙ୍କୁ ଆସନ୍ତାବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟ୍‌ରେ ସେମାନଙ୍କ ପଦ ବଜାୟ ରଖିବାକୁ ଆକ୍ରମ ପରାମର୍ଶ ଦେଇଥିଲେ। ପାକିସ୍ତାନ ବର୍ତ୍ତମାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ୬ଷ୍ଠ ଓ ଟି୨୦ରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି। କିନ୍ତୁ ଟେଷ୍ଟ ମାନ୍ୟତାରେ ସର୍ଫରାଜ ଓ ଆର୍ଥର ଗତ ଅଢ଼େଇ ବର୍ଷ ମଧ୍ୟରେ ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି। ଆଇସିସି ଟେଷ୍ଟ ମାନ୍ୟତାରେ ପାକିସ୍ତାନ ବର୍ତ୍ତମାନ ୭ମ ସ୍ଥାନରେ ରହିଛି। େfତଣୁ ଧଳା ଓ ଲାଲ୍‌ ବଲ କ୍ରିକେଟ୍‌ରେ କୋଚ୍‌ ଓ ଅଧିନାୟକ ଅଲଗା ଅଲଗା ନିଯୁକ୍ତ କରିବାକୁ ପିସିସି ଚିନ୍ତା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri