ଅର୍ଦ୍ଧାଧିକ ହିତାଧିକାରୀ ପାଇନାହାନ୍ତି ଗହମ: ଡିପୋରେ ମହଜୁଦ ନାହିଁ

ଆସିକା,୧୫ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ୩ ମାସର ଚାଉଳ ଓ ଗହମ ପ୍ରଦାନ କରୁଛନ୍ତି। ତେବେ ଅଦ୍ୟାବଧି ଆସିକା ବ୍ଲକରେ ଅର୍ଦ୍ଧାଧିକ ହିତାଧିକାରୀ ଏହା ପାଇ ପାରିନାହାନ୍ତି। ଡିପୋରେ ଗହମ ନ ଥିବାରୁ ବ୍ଲକ ଅନ୍ତର୍ଗତ ୨୭ ପଞ୍ଚାୟତରେ ମୋଟ ୨୯,୯୦୯ ହିତାଧିକାରୀ ତାଲିକାରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଗହମ ପାଇନାହାନ୍ତି। ଡିପୋରେ ଗହମ ନ ଥିବାରୁ ବଣ୍ଟନ ହୋଇପାରୁନି ବୋଲି ବ୍ଲକ ଯୋଗାଣ ନିରୀକ୍ଷକ ଜୟରାମ ଲେଙ୍କା କହିଛନ୍ତି। ତେବେ ୯୦ ପ୍ରତିଶତ ଉପଭୋକ୍ତାଙ୍କୁ କାର୍ଡ ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିବା ସେ ସୂଚନା ଦେଇଛନ୍ତି ା ଅନ୍ୟପକ୍ଷରେ ଆସିକା ଏନଏସିର ୧୮ଟି ୱାର୍ଡରେ ୯୦ରୁ ୯୫ ପ୍ରତିଶତ ହିତାଧିକାରୀ ରାଶନ ସାମଗ୍ରୀ ଓ ସହାୟତା ପାଇଥିବା କୁହାଯାଇଛି ା