ଅର୍ଥ ବିଭାଗରେ ଅଦଳବଦଳ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ଟ୍ୟାକ୍ସେସନ୍‌ ଏଣ୍ଡ ଆକାଉଣ୍ଟସ୍‌ ସର୍ଭିସ-୨ର ୫୪ ଜଣ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳି ହୋଇଥିବା ଅଧିକାରୀମାନେ ହେଉଛନ୍ତି- ସଚ୍ଚିଦାନନ୍ଦ ସାହୁ, ଧରଣୀଧର ଦାସ, ଦିନେଶ କୁମାର ବାଗ୍‌, ସୁଧାଂଶୁ ଶେଖର ଦାସ, ସାରାଣୀ ପଟ୍ଟନାୟକ, ଚିନ୍ମୟ କୁମାର ପ୍ରଧାନ, ପ୍ରମୋଦ ସେଠୀ ଏବଂ ଲକ୍ଷ୍ମଣ ବାରିକ ପ୍ରମୁଖ।