Categories: ବାଣିଜ୍ୟ

ଅର୍ଥନୀତିକୁ ପ୍ରୋତ୍ସାହନ;ପ୍ରଧାନମନ୍ତ୍ରୀ-ସୀତାରାମନ୍‌ ଆଲୋଚନା

ନୂଆଦିଲ୍ଲୀ,୧୭-୮: ଅର୍ଥନୀତିରେ ମାନ୍ଦାବସ୍ଥା ମାଡି ଆସୁଥିବା ବେଳେ ଏହାକୁ ରୋକିବା ଲାଗି ଉପାୟ ସ୍ଥିର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଆଲୋଚନା କରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଗୁରୁବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କ ସହ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚତ୍ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଲୋଚନା କାଳରେ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଥିଲେ। ଶେୟାର ମାର୍କେଟ କ୍ରମାଗତ ହ୍ରାସ ପାଉଥିବା ବେଳେ ଅର୍ଥନୀତି ଧିମା ହେଉଥିବାରୁ ଏବଂ ଅଟୋ ସେକ୍ଟରକୁ ମାନ୍ଦାବସ୍ଥା ମାଡ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିଲେ। ଏହାର ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ସେ ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ୟାକେଜ ପ୍ରସ୍ତୁତି ଚାଲିଛି। ଏହାକୁ ଖୁବଶୀଘ୍ର ଘୋଷଣା କରାଯିବ।

Share