ଅର୍ଥନୀତିକୁ ଚାଲୁ କରିବା ସରକାରଙ୍କ ପ୍ରାଥମିକତା ହେଉ: ଶିଳ୍ପ ଜଗତ

ଭୁବନେଶ୍ୱର,୨-୬: ଅର୍ଥନୀତିକୁ ଚାଲୁ କରିବା ନୂଆ ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ। ମାର୍ଚ୍ଚ ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୫.୮% ଖସିଛି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମାନ୍ୟତା ହରାଇଛି। ଏଭଳି ସ୍ଥିତି ଦେଶର ଅଥନୈତିକ କାର୍ଯ୍ୟକଳାପ ବୃଦ୍ଧି ତଥା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଦିଗରେ କେନ୍ଦ୍ରର ଏନ୍‌ଡିଏ ସରକାର ବିଭିନ୍ନ ପଦକ୍ଷେପ ଅଗ୍ରାଧିକାର ଭିତ୍ତିରେ ନେବା ଉଚିତ ବୋଲି ଦେଶର ଶିଳ୍ପ ଜଗତ ମତ ରଖିଛି। ୨୦୧୮-୧୯ରେ ଜିଡିପି ଅଭିବୃଦ୍ଧି ୬.୮%କୁ ଖସିଛି ଏହା ୨୦୧୭-୧୮ରେ ୭.୨% ରହିଥିଲା। କନଫେଡେରେଶନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରମୁଖ ଶିଳ୍ପ ବ୍ୟକ୍ତି ବିଶେଷ ଏଭଳି ମତ ରଖିଛନ୍ତି। ଏନ୍‌ବିଏଫ୍‌ସି କ୍ଷେତ୍ରରେ ଅସୁବିଧା ଯୋଗୁ ବର୍ତ୍ତମାନ ଅର୍ଥ ବ୍ୟବସ୍ଥାରେ ନଗଦ ଯୋଗାଣ କମିଛି। ଲୋକମାନେ ସାମଗ୍ରୀ କ୍ରୟକୁ ଏତେଟା ଗୁରୁତ୍ୱ ଦେଉ ନ ଥିବା ଟିଭିଏସ୍‌ ମୋଟର୍ସ ଅଧ୍ୟକ୍ଷ ବେଣୁ ଶ୍ରୀନିବାସନ କହିଛନ୍ତି।
ଗ୍ରାମାଞ୍ଚଳ ଅର୍ଥନୀତି ସହ ଅର୍ଥବ୍ୟବସ୍ଥାକୁ ଠିକ୍‌ କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେବା ଉପରେ ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ ଏଥିରେ ମତ ରଖିଛନ୍ତି। ଏଫଏମ୍‌ସିଜି କାର୍‌, ଟ୍ରାକ୍ଟର, ଟୁହ୍ବିଲର୍ସ ଭଳି କ୍ଷେତ୍ର ବର୍ତ୍ତମାନ ପ୍ରଭାବିତ ସ୍ଥିତିରେ ରହିଥିବା ବେଳେ କ୍ଷେତ୍ରଗୁଡିକର ଉନ୍ନତି ସରକାରଙ୍କ ଲାଗି ପ୍ରାଥମିକତା ହେବା ଆବଶ୍ୟକ ବୋଲି ପ୍ରଫେସର ଲର୍ଡ ସୁଶାନ୍ତ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି। କାର୍ଯ୍ୟକ୍ରମରେ ରତନ ଟାଟା ଅର୍ଥନୀତିର ବିଭିନ୍ନ ଦିଗ ସହ ଶିଳ୍ପାୟନ ନେଇ ରହିଥିବା ତାଙ୍କର ଅଭିଜ୍ଞତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଟାଟା ସନ୍ସ ଗ୍ରୁପ ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ, ଗୋଦରେଜ ମାନୁଫାକଚରିଂ କମ୍ପାନୀର ଏମ୍‌ଡି ଜାମସେଦ ଏନ୍‌. ଗୋଦରେଜ, ହିରୋ ଏଣ୍ଟରପ୍ରାଇଜେସ ଅଧ୍ୟକ୍ଷ ସୁନୀଲ କାନ୍ତ ମୁଞ୍ଜାଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri