ଅରୁଣ ବୋଥ୍ରା ହେଲେ ‘କ୍ରୁଟ’ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର, ୭।୭(ବ୍ୟୁରୋ): ଓଡ଼ିଶା ପୋଲିସ ତଥା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ସିଆଇଡି), କ୍ରାଇମ୍‌ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଶନିବାର ଅତିରିକ୍ତ ଦାୟିତ୍ୱ ମିଳିଛି। ଏବେଠାରୁ ତାଙ୍କୁ କ୍ୟାପିଟାଲ ରିଜିଅନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ) ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖ ଥାଉକି, ରାଜସ୍ଥାନ କ୍ୟାଡର ୧୯୯୬ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ। ବୋଥ୍ରାଙ୍କୁ ୧୯୯୭ରେ ପୋଷ୍ଟିଂ ମିଳିଥିଲା। ୨୦୧୮ ଫେବୃୟାରୀ ୨ରେ ଓଡ଼ିଶା ପୋଲିସରେ ସେ ଆଇଜି ଭାବେ ଯୋଗ ଦେଇଥିଲେ। ଦାୟିତ୍ୱ ନେବା ପରେ ସେ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାସ, ଟିଟୋକୁ ଜେରା କରି ଗୁମର ଖୋଲିବା ପରି ବହୁ ମାମଲାର ତଦନ୍ତରେ ଗୁରୁଦାୟିତ୍ୱ ନେଇଥିଲେ। ସୁଚନାଯେଗ୍ୟ, ଅରୁଣଙ୍କ ସହ ଭୁବନେନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ପରିଚାଳକ ମଧ୍ୟ କ୍ରୁଟର ପରିଚାଳନା କରିପାରିବେ।