Categories: ଜାତୀୟ

ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଉତ୍ତରପ୍ରଦେଶର ସମସ୍ତ ଜିଲାରେ ହାଇ ଆଲର୍ଟ

ଲକ୍ଷ୍ନୌ,୨୧।୧୦: ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲାରେ ହାଇ ଆଲର୍ଟ ଜାରି ହୋଇଛି। ସେହିପରି କାଶୀ, ମଥୁରା, ଅଯୋଧ୍ୟା ଆଦି ଅଞ୍ଚଳରେ ଥିବା ପୋଲିସ ତାଲିମ୍‌ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆତଙ୍କବାଦୀ ନେପାଳ ଏବଂ ବାଂଲାଦେଶ ସୀମା ଦେଇ ଦେଶରେ ଅନୁପ୍ରବେଶ କରିବାକ ଷଡ଼ଯନ୍ତ୍ର ରଚିଥିବା କୁହାଯାଉଛି।

Share