Categories: ଜାତୀୟ

ଅଯୋଧ୍ୟା ମାମଲା: ନିର୍ମୋହି ଆଖଡ଼ାକୁ ପୂଜା କରିବା ଅନୁମତି ଥିଲା; ନ ଥିଲା ଜମିର ଅଧିକାର କହିଲେ ମୁସଲମାନ୍‌ ପକ୍ଷ ଆଇନଜୀବୀ

ନୂଆଦିଲ୍ଲୀ,୪।୯: ଅଯୋଧ୍ୟା ମାମଲାର ୧୯ତମ ଦିନର ଶୁଣାଣି ବୁଧବାର ହୋଇଛି। ଏଥିରେ ମୁସଲମାନ୍‌ ପକ୍ଷ ଆଇନଜୀବୀ ରାଜୀବ ଧାଓ୍ବନ ଖଣ୍ଡପୀଠଙ୍କ ସମ୍ମୁଖରେ କହିଛନ୍ତି ଯେ, ୧୮୮୫ ପରଠାରୁ ନିର୍ମୋହି ଆଖଡ଼ା ପାଖରେ ବିବାଦୀୟ ଜମିରେ ପୂଜା କରିବାକୁ ଅନୁମତି ଥିଲା। ତେବେ ଜମିର ମାଲିକାନା ଆଖଡ଼ା ପାଖରେ ନ ଥିଲେ। ଏନେଇ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ ଯେ, ପୂଜା ଅଧିକାର ଥିବା ସତ୍ତ୍ୱେ ଜମିର ମାଲିକାନା କିଭଳି ନ ଥିଲା। ଏହାର ଉତ୍ତରରେ ରାଜୀବ ଧାଓ୍ବନ କହିଲେ କେବଳ ପୂଜା ପାଇଁ ଆଖଡ଼ାକୁ ଅନୁମତି ଦିଆଯାଇଥିଲା। ପରେ ଚବୁତରା ମଧ୍ୟ ଦିଆଯାଇଥିଲା। ମାତ୍ର ଟାଇଟଲ୍‌ ସୁଟ୍‌ର କୌଣସି ସମସ୍ୟା ନ ଥିଲା।

Share