Categories: ଜାତୀୟ

ଅଯୋଧ୍ୟା ମାମଲାରେ ଦେଶବାସୀ ଶାନ୍ତିର ବାର୍ତ୍ତା ଦେଇଛନ୍ତି: ମୋଦି

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶବାସୀଙ୍କ ପ୍ରଶଂସା କରିଛନ୍ତି। ଅଯୋଧ୍ୟା ମାମଲା ରାୟକୁ ଦେଶର ୧୩୦ କୋଟି ଜନତା ହୃଦୟର ସହିତ ସ୍ବୀକାର କରିନେଇଛନ୍ତି। ଏହାଦ୍ୱାରା ଦେଶବାସୀ ପୁଣିଥରେ ପରିସ୍ପରିକ ସଦ୍‌ଭାବନା ଏବଂ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ସେହିପରି ଫିଟ୍‌ ଇଣ୍ଡିଆ ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ଦେଶର ଭବିଷ୍ୟତ ବଂଶଧର ବହୁ ଶରୀରିକ ସମସ୍ୟାରୁ ଦୂରେଇ ରହିବେ ବୋଲି ସେ କହିଛନ୍ତି।

Share