ଅମ୍ଫନ୍‌ କ୍ଷୟକ୍ଷତି: ପଶ୍ଚିମବଙ୍ଗ ପାଇଁ ୧୦୦୦କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ ମୋଦି

କୋଲକାତା,୨୨।୫: ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନ୍‌ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲେ। ସ୍ଥିତି ସମୀକ୍ଷା କରିବା ପରେ ମୋଦି ପଶ୍ଚିମବଙ୍ଗକୁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଅପରପକ୍ଷେ ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନ୍‌ ଯୋଗୁ ହୋଇଥିବା ୮୦ଜଣଙ୍କ ମୃତ୍ୟୁରେ ମୋଦି ଶୋକ ପ୍ରକାଶ କରିଛନ୍ତି। ତେବେ ଏହି ସଙ୍କଟ ସମୟରେ ପଶ୍ଚିମବଙ୍ଗକୁ କେନ୍ଦ୍ର ଯାଥା ସମ୍ଭବ ସହାୟତା କରିବ ବୋଲି ମୋଦି ପ୍ରତିଶୃତି ଦେଇଛନ୍ତି।

Share