‘ଅମ୍ଫନ୍‌’ରେ ୧୦ ଜିଲା ପ୍ରଭାବିତ: ପ୍ରାଥମିକ ରିପୋର୍ଟରେ ଜୀବନହାନୀ ନେଇ ନାହିଁ ସୂଚନା

ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ବାତ୍ୟା ‘ଅମ୍ଫନ୍‌’ରେ ରାଜ୍ୟର ୧୦ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ୯୨ ବ୍ଲକର ୯୮୩୩ ଗାଁ, ୨୨ ପୌରାଞ୍ଚଳର ୨୭୨ ଓ୍ବାର୍ଡ ପ୍ରଭାବିତ ହୋଇଛି। ବାତ୍ୟାରେ ରାଜ୍ୟର ମୋଟ ୪୪ ଲକ୍ଷ ୪୪ ହଜାର ୮୯୬ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୫ଶହ ଘର ଭାଙ୍ଗିଛି, ୧୫ହଜାର ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ ୨୮ ବଡ଼ ପଶୁ, ୯ ଛୋଟ ପଶୁ, ୩୬୮୦ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି। ତେବେ ବାତ୍ୟାରେ କୌଣସି ମଣିଷଙ୍କ ଜୀବନ ଯାଇଥିବା ସୂଚନା ମିଳିନାହିଁ। ୩୪ କିମି ୩୩ କେଭି, ୪୫୩ କିମି ୧୧ କେଭି ବିଦ୍ୟୁତ୍‌ ନଷ୍ଟ ହୋଇଛି। ୬୮୦ କିମି ଏଲ୍‌ଟି ଲାଇନ୍‌, ୨୪୩୯ ଟ୍ରାନ୍ସଫର୍ମର ନଷ୍ଟ ହୋଇଛି। ୧୪ଟି ମାଛଧରା ଡଙ୍ଗା ସମ୍ପୂର୍ଣ୍ଣ ଭାଙ୍ଗିଛି, ୪୧ଟି ଆଶିଂକ କ୍ଷତିଗ୍ରସ୍ତ ହୋଇଛି। ୪ହଜାର ବିଭିନ୍ନ ଗଛ ଓ ୨ହଜାର ଝାଉଁ ଗଛ ନଷ୍ଟ ହୋଇଛି। ୧୫୧ କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ୪୨ଟି ପୋଲ ଭାଙ୍ଗିଥିବା ରିପୋର୍ଟ ମିଳିଛି। ସେହିଭଳି ୬୪୬ ଅଙ୍ଗନଓ୍ବାଡି କେନ୍ଦ୍ର, ୧୫୫୨ ସ୍କୁଲ କୋଠା ଭାଙ୍ଗିଛି। ବାତ୍ୟାରେ ୨୯୮ ପଞ୍ଚାୟତ କୋଠା ମଧ୍ୟ ଭାଙ୍ଗିଛି। ବାତ୍ୟାରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି କ୍ଷତି ହୋଇଥିବା ଆକଳନ କରାଯାଇଛି। ପ୍ରାଥମିକ ଆକଳନ ଅନୁସାରେ ୧ ଲକ୍ଷ ହେକ୍ଟର ଫସଲ କ୍ଷତି ହୋଇଛି। ୨୬ ତାରିଖ ସୁଦ୍ଧା ଚୁଡ଼ାନ୍ତ ରିପୋର୍ଟ ଆକଳନ ହୋଇଯିବା ନେଇ ସରକାରଙ୍କ ପକ୍ଷରୁ ଶନିବାର କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri