ଅମାନିଆଙ୍କ ଗଣିଲେ ୫ ହଜାର ଜରିମାନା

ବୁଗୁଡ଼ା,୨୨ା୫(ଡି.ଏନ.ଏ.)- ବୁଗୁଡ଼ା ସହରରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଲକଡାଉନ ନିୟମକୁ ମାନି ଚଳିବା ପାଇଁ ବାରମ୍ବାର ମାଇକ ଦ୍ୱାରା ସଚେତନ କରାଯାଉଥିଲେ ମଧ୍ୟ ଅଧିକାଂଶ ଲୋକେ ମାନୁ ନାହାନ୍ତି। ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନଏସି ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଲକଡାଉନ ନିୟମ ମାନୁନଥିବା ୨୫ ଜଣ ଅମାନିଆଙ୍କଠାରୁ ଶୁକ୍ରବାର ୨୦୦ ଟଙ୍କା ଲେଖାଏ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।