Categories: ଜାତୀୟ

ଅଭେଦ୍ୟ ହେବ ଦିଲ୍ଲୀ ଏନ୍‌ସିଆର୍‌: ଚାରିପଟେ ସୁରକ୍ଷା ଲାଗି ମୁତୟନ କରାଯିବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ଏନ୍‌ସିଆର୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏହାର ଚାରିପଟେ ଶତ୍ରୁ ଆକ୍ରମଣର ମୁକାବିଲା ପାଇଁ କ୍ଷେପଣାସ୍ତ୍ର ମୁତୟନ କରାଯିବ। ଏଥିପାଇଁ ଭାରତ ଆମେରିକା, ରୁଷିଆ ତତା ଇସ୍ରାଏଲ୍‌ ସହିତ କଥାବାର୍ତ୍ତା ଜାରି ରଖିଛି। ନେଇ ଭାରତ ଆମେରିକାଠାରୁ ନ୍ୟାସନାଲ ଆଡଭାନ୍ସଡ୍‌ ସରଫେସ୍‌ ଟୁ ଏୟାର ମିଜାଇଲ୍‌ ସିଷ୍ଟମ୍‌-୨ ଆଣିବାର ଯୋଜନା କରୁଛି। ଏହାଦ୍ୱାରା ଦିଲ୍ଲୀ ଏନ୍‌ସିଆର୍‌ ଅଭେଦ୍ୟ ଦୁର୍ଗ ପାଲଟିବ ବୋଲି କୁହାଯାଉଛି।

Share