Categories: ଖେଳ

ଅଭିଷେକଙ୍କୁ ବିଶ୍ୱ ଆଇରନ୍‌ ମ୍ୟାନ୍‌ ଟାଇଟଲ

ଧର୍ମଗଡ,୨୪।୭(ଡି.ଏନ.ଏ.)-ବିଶ୍ୱ ଟ୍ରାଇଥଲନ୍‌ କର୍ପୋରେଶନ ଦ୍ୱାରା ସୁଇଜରଲାଣ୍ଡର ଜୁରିଚ୍‌ଠାରେ ଆୟୋଜିତ ବିଶ୍ୱ ଆଇରନ ମ୍ୟାନ ପ୍ରତିଯୋଗିତାରେ କଳାହାଣ୍ଡି ଜିଲା ଅନ୍ତର୍ଗତ ଧର୍ମଗଡ଼ର ଅଭିଷେକ ପଟ୍ଟଯୋଶୀ ଟାଇଟଲ ହାସଲ କରିଛନ୍ତି। ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ। ଏହା ଏକ ପ୍ରକାର ଷ୍ଟଣ୍ଟ ଶୋ। ଏଥିରେ ୧୮ଘଣ୍ଟା ମଧ୍ୟରେ ପ୍ରତିଯୋଗୀଙ୍କୁ ସମୁଦ୍ର ଭିତରେ ୩.୮ କି.ମି. ସନ୍ତରଣ, ୧୮୦ କି.ମି. ସାଇକେଲ ଚାଳନା ଓ ୪୨ କି.ମି. ଦୌଡିବାକୁ ପଡ଼ିଥିଲା। ଅଭିଷେକ ନିର୍ଦ୍ଧାରିତ ସମୟଠାରୁ ୧ ଘଣ୍ଟା ପୂର୍ବରୁ ଅର୍ଥାତ ୧୭ ଘଣ୍ଟାରେ ରେସ୍‌କୁ ସମ୍ପୂର୍ଣ୍ଣ କରିଥିଲେ। ଭାରତର ୪୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବାବେଳେ ପଶ୍ଚିମ ଓଡିଶାର ଜଣେ ପ୍ରତିଯୋଗୀ ଭାବେ ଅଭିଷେକ ଅଂଶଗ୍ରହଣ କରିଥିଲେ। ଭାରତର ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଏହି ଟାଇଟଲ ସେ ହାସଲ କରିଛନ୍ତି। ଧର୍ମଗଡର ବିଶିଷ୍ଟ ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀଙ୍କ ପୁଅ ଅଟନ୍ତି। ତାଙ୍କର ଏହି ସଫଳତାକୁ ନେଇ ଜିଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Share