ଅଭିବୃଦ୍ଧି ପୂର୍ବାନୁମାନ ୫%କୁ ଖସାଇଲା ଆର୍‌ବିଆଇ

ମୁମ୍ବାଇ,୬-୧୨: ରିଜର୍ଭ ବ୍ୟାଙ୍କ ଗୁରୁବାର ରେପୋ ରେଟକୁ ଅପରିବର୍ତ୍ତିତ ୫.୧୫% ରଖିଛି। ଜିଡ଼ିପି ଅଭିବୃଦ୍ଧିକୁ ଧ୍ୟାନରେ ରଖି ଏହାର ପଦକ୍ଷେପ ଧାରାକୁ ବଜାୟ ରଖିବା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଗୁରୁତ୍ୱାରୋପ କରିଛି। ଏପରି ସ୍ଥିତିରେ ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡିପି ଅଭିବୃଦ୍ଧି ୫% ରହିବ ବୋଲି ଏହା ପରିବର୍ତ୍ତିତ ପୂର୍ବାନୁମାନରେ ପ୍ରକାଶ କରିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ଅଭିବୃଦ୍ଧି ୬.୧% ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଥିଲା। ସୁଧ ହାରରେ ହ୍ରାସରେ ବର୍ତ୍ତମାନ ଲାଗିଥିବା ବିରତି କ୍ଷଣସ୍ଥାୟୀ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଚଳିତ ବର୍ଷ ମୋଟ ୫ ଥରରେ ହ୍ରାସ ହୋଇଥିବା ୧୩୫ ବେସିସ୍‌ ପଏଣ୍ଟ ରେପୋର ପ୍ରଭାବ ଅର୍ଥନୀତି ଉପରେ କଣ ରହୁଛି ତାର ତର୍ଜମା କରାଯିବ। ବ୍ୟାଙ୍କଗୁଡିକ ବର୍ତ୍ତମାନ ୪୪ ବେସିସ ପଏଣ୍ଟ ପର୍ଯ୍ୟନ୍ତ ସୁଧହାର ହ୍ରାସର ଲାଭ ଗ୍ରାହକଙ୍କୁ ଦେଇଥିବା ସେ କହିଛନ୍ତି। ସବୁ ସମୟରେ ସୁଧ ହାର ହ୍ରାସ କରାଯାଇ ପାରିବ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପର ପ୍ରଭାବ କଣ ରହୁଛି ତାର ବିଚାର କରାଯାଉଥିବା ସେ ମତ ରଖିଛନ୍ତି।
ସେ ପୁଣି କହିଛନ୍ତି ଯେ, ସରକାର ଗ୍ରହଣ କରିଥିବା ପଦକ୍ଷେପ ଗ୍ରାହକଙ୍କ ମନୋଭାବରେ ପରିବର୍ତ୍ତନ ଆଣିବା ଏବଂ ଚାହିଦା ବଢାଇବା ଦିଗରେ କାର୍ଯ୍ୟ କରୁଛି। ଅଭିବୃଦ୍ଧିକୁ ନଜରରେ ରଖି ବିତ୍ତୀୟ ଏବଂ ମୁଦ୍ରାନୀତି କ୍ଷେତ୍ରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ସରକାର ବିତ୍ତୀୟ ନିୟଣ୍ଟ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ ନ କରି ପାରିଲେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଏଥିଲାଗି ଚିନ୍ତିତ ନୁହେଁ। ଆସନ୍ତା ଫେବୃୟାରୀରେ ସରକାରଙ୍କ ବଜେଟ ଏବଂ ଡାଟା ଆସିଲା ପରେ ପୁଣି ଥରେ ସୁଧ ହାର ହ୍ରାସ ନେଇ ବିଚାର କରାଯିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ବାରମ୍ବାର ସୁଧହାର ହ୍ରାସ କରିବା ଅପେକ୍ଷା ବର୍ତ୍ତମାନ ଯାଏ ଯାହା ପଦକ୍ଷେପ ନିଆଯାଇଛି ତାର ପ୍ରଭାବକୁ ବିଚାର କରି ପରବର୍ତ୍ତୀ ଯୋଜନା ହାତକୁ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅକ୍ଟୋବରରେ ମୁଦ୍ରାସ୍ପୀତି ୪.୬% ରହିଛି ଯାହା କେନ୍ଦ୍ରୀୟ ବ୍ୟାଙ୍କ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ। ଏହାକୁ ବିଚାର କରି ଚଳିତ ବର୍ଷ ଦ୍ୱିତୀୟାର୍ଦ୍ଧ ଲାଗି ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୫.୧-୪.୭% କରିଛି। ଏହା ପୂର୍ବରୁ ୩.୫-୩.୭% ରହିଥିଲା। ପ୍ରଥମଥର ଲାଗି ଅକ୍ଟୋବରର ମୁଦ୍ରାସ୍ଫୀତି ମଧ୍ୟମମିଆଦୀ ଲକ୍ଷ୍ୟଠାରୁ ଟପି ୪% ଟପିିଛି। ପିଆଜ ଏବଂ ଟମୋଟୋ ଭଳି ପନିପରିବା ଦର ବଢିବା ଯୋଗୁ ମୁଦ୍ରାସ୍ଫୀତି ବଢିଥିବା ଗଭର୍ନର ଦାସ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri