ଅଭିନେତ୍ରୀ ଅମୃତାଙ୍କ ସହ ଥିଲା ରବି ଶାସ୍ତ୍ରୀଙ୍କ ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀଙ୍କ ସହ କ୍ରିକେଟ୍‌ ଖେଳାଳୀଙ୍କ ସମ୍ପର୍କ କିଛି ନୂଆ କଥା ନୁହେଁ। ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳୀ ଅଭିନେତ୍ରୀଙ୍କୁ ପ୍ରେମ କରି ବିବାହ କରିଛନ୍ତି। ଏହି ତାଲିକାରେ ଅଛନ୍ତି ବିରାଟ କୋହଲୀ, ଯୁବରାଜ ସିଂହ, ଜହୀର ଖାନ ପ୍ରମୁଖ। ହେଲେ ଦଳର କୋଚ୍‌(ପ୍ରଶିକ୍ଷକ) ରବି ଶାସ୍ତ୍ରୀ କିନ୍ତୁ ଅଭିନେତ୍ରୀଙ୍କୁ ପ୍ରେମ କରି ବିଫଳ ହୋଇଛନ୍ତି।

ରବି ଶାସ୍ତ୍ରୀ ପ୍ରଥମେ ଶୈଫଙ୍କ ପୂର୍ବ ପତ୍ନୀ ଅମୃତା ସିଂହଙ୍କ ପ୍ରେମରେ ପଡ଼ିଥିଲେ। ଅମୃତା ସର୍ବଦା ଶାସ୍ତ୍ରୀଙ୍କ ଖେଳ ଦେଖିବାକୁ ଷ୍ଟାଡିୟମ ଯାଉଥିଲେ। ଉଭୟ ଏକ ମାଗାଜିନର କଭର ପେଜ୍‌ରେ ଆସିବା ପରେ ଏହି ସମ୍ପର୍କ ଉପରୁ ପରଦା ଉଠିଥିଲା। ଏଣୁ ସେମାନେ ବିବାହ କରିବେ ବୋଲି କୁହାଯାଉଥିଲା। ମାତ୍ର ଶାସ୍ତ୍ରୀ ୧୯୯୦ରେ ରିତୁ ସିଂହଙ୍କୁ ବିବାହ କରିଥିଲେ। ଏହାପରେ ଅମୃତା ନିଜ ଠାରୁ ୧୦ ବର୍ଷ ସାନ ସୈଫଙ୍କୁ ବିବାହ କରିଥିଲେ। ଅମୃତା ଏବେ ସୈଫ୍‌ଙ୍କଠାରୁ ଅଲଗା ହୋଇ ସାରିଥିବା ବେଳେ ଶାସ୍ତ୍ରୀ ମଧ୍ୟ ୨୦୧୨ରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି।

ଏହାପରେ ୨୦୧୮ରେ ଅଭିନେତ୍ରୀ ନିମରତ କୌରଙ୍କ ସହ ଶାସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ମାତ୍ର ଏହି ଖବର ମିଥ୍ୟା ବୋଲି ନିମରତ ସଫେଇ ଦେଇଥିଲେ।

Share