ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ ନଜର ଆସିବେ। ଗୋବିନ୍ଦା ଏବଂ କୋମଲ ପରସ୍ପର ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। ଏନେଇ ଗୋବିନ୍ଦାଙ୍କ ପତ୍ନୀ ସୁନୀତା କହିଛନ୍ତି, ସେ ଆଉ ସ୍ବାମୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନାହାନ୍ତି। ଏହା କେବଳ ବିନାଶ କାଳେ ବିପରୀତ ବୁଦ୍ଧି। ଯେତେବେଳେ ବୁଦ୍ଧି କଳୁଷିତ ହୋଇଯାଏ ସେତେବେଳେ ଏସବୁ ଚିନ୍ତାଧାରା ମୁଣ୍ଡରେ ପଶେ।
ଆଜିକାଲି ଗୋବିନ୍ଦା ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରୂପା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନବାଗତ କୋମଲ ରାଣୀ ସ୍ବର୍ଣ୍ଣକର ତାଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ।