କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା ତାଙ୍କ ପ୍ରେମିକା କୋମଲ ସ୍ବର୍ଣ୍ଣକରଙ୍କ ସହ ବିମାନବନ୍ଦରରେ ନଜର ଆସିଥିଲେ। ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

କୋମଲ ଜଣେ ଅଭିନେତ୍ରୀ। ଆଜିକାଲି ସେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗୋବିନ୍ଦାଙ୍କ ଆଗାମୀ ପ୍ରୋଜେକ୍ଟ ‘ରୂପା’ ସହିତ ଜଡିତ ହେବା ପରେ ସେ ପ୍ରସିଦ୍ଧି ହାସଲ କରିଥିଲେ। କୋମଲ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ଜଣେ ନବାଗତ।

ଗୋବିନ୍ଦାଙ୍କ ସହ ତାଙ୍କର ସମ୍ପର୍କ ତାଙ୍କର ହଠାତ୍‌ ପ୍ରସିଦ୍ଧି ପାଇବାର ଏକ ମୁଖ୍ୟ କାରଣ। ସେ ବଲିଉଡର ‘ହିରୋ ନମ୍ବର ୧’ଙ୍କ ସହ ଫିଲ୍ମ ‘ରୂପା’ରେ ଅଭିନୟ କରିବାକୁ ଯାଉଛନ୍ତି। କୋମଲଙ୍କୁ ଗୋବିନ୍ଦାଙ୍କ ଅନ୍ୟ ଏକ ପ୍ରୋଜେକ୍ଟ ‘ଦୁନିଆଦାରୀ’ ସହିତ ଯୋଡାଯାଇଛି। ଏଥିରୁ ଜଣାପଡ଼ୁଛି ଏହି ଯୋଡ଼ି ଏକାଠି ଅନେକ ଫିଲ୍ମରେ ଦେଖାଯିବେ।

ଗୋବିନ୍ଦା ସୁନୀତା ଆହୁଜାଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତି ୧୯୮୭ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଟିନା ଆହୁଜା ଏବଂ ଯଶବର୍ଦ୍ଧନ ଅଛନ୍ତି।

 

Dharitri – Odisha’s No.1 Odia Daily