ଅବ୍ୟବସ୍ଥାରେ ମାର୍ଦ୍ଦିପଙ୍କା ପ୍ରାଥମିକ ବିଦ୍ୟାଳୟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୨୦।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତଥା ମାଓବାଦୀ ପ୍ରବଣ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ଛାତ୍ରୀଛାତ୍ରଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଛି। ବିଭାଗୀୟ ଅଧିକାରୀ ପରିଦର୍ଶନରେ ଯାଉ ନ ଥିବାବେଳେ ଶିକ୍ଷକମାନେ ନିୟମିତ ଆସୁ ନାହାନ୍ତି। ଏଭଳି ଦେଖିବାକୁ ମିଳିଛି ଉକ୍ତ ବ୍ଲକ ସରାମୁଳି ପଞ୍ଚାୟତ ମାର୍ଦ୍ଦିପଙ୍କା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବ୍ଲକ ସଦରମହକୁମା ଠାରୁ ପ୍ରାୟ ୭୦ କିମି ଦୂର ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ରହିଛି ମାର୍ଦ୍ଦିପଙ୍କା ବିଦ୍ୟାଳୟ। ପ୍ରଥମରୁ ୭ମ ପର୍ଯ୍ୟନ୍ତ ମୋଟ ୬୫ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୪ ଜଣ ଶିକ୍ଷକ ରହିଛନ୍ତି, ହେଲେ ଶନିବାର ପ୍ରଧାନ ଶିକ୍ଷକ ଅଫିସ କାର୍ଯ୍ୟରେ ଦାରିଙ୍ଗବାଡ଼ି ଯାଇଥିବା ବେଳେ ଅନ୍ୟ ୨ ଜଣ ଶିକ୍ଷକ କୌଣସି କାରଣରୁ ଅନୁପସ୍ଥିତ ଥିଲେ। ଜଣେ ଶିକ୍ଷକ ୭ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ କେବଳ ଜଗି ବସିଥିଲେ। ସେହିପରି ମଧ୍ୟାହ୍ନ ଭୋଜନ ମଧ୍ୟ ଅତି ନିମ୍ନମାନର ଦିଆଯାଉଥିବା ଜଣାପଡ଼ିଛି। ଶନିବାର ପିଲାଙ୍କୁ ଅଣ୍ଡା ତରକାରୀ ଦିଆଯିବା ନିୟମ ରହିଥିବାବେଳେ କେବଳ ସିଝା ଅଣ୍ଡା ସହ ପାଣିଆ ଡାଲି ଦିଆଯାଇଥିଲା। ଛାତ୍ରୀଛାତ୍ର ଏଣେତେଣେ ବସି ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ ନିକଟରେ କୁକୁର, ଘୁଷୁରି, ଛେଳି ଏବଂ କୁକୁଡ଼ା ବିଚରଣ କରୁଥିଲେ। ଅଞ୍ଚଳରେ ଅନେକ ସମୟରେ ସ୍ବାଇନ୍‌ଫ୍ଲୁ ଭଳି ରୋଗ ହେବା ନଜିର ରହିଥିବାବେଳେ ଏଥିପ୍ରତି ବିଦ୍ୟାଳୟର ଶିକ୍ଷକଙ୍କର କିନ୍ତୁ ନିଘା ନାହିଁ। ଏନେଇ ଶନିବାର ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ସୁଧାଶୁଂ ମୁଠାମାଝୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଦ୍ୟାଳୟରେ ପାଚେରି ନଥିବା ଯୋଗୁ ବେଧଡ଼କ ଘୁଷୁରୀ, କୁକୁର ଆଦି ବିଦ୍ୟାଳୟ ପରିସରକୁ ପଶି ଆସୁଛନ୍ତି। ଏନେଇ ଜିଲା ପ୍ରଶାସନଠାରୁ ସ୍ଥାନୀୟ ପ୍ରଶାସନ, ସରପଞ୍ଚ ଏବଂ ବିଇଓଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କେହି ପଦକ୍ଷେପ ନେଉନାହାନ୍ତି। ସେହିପରି ପାଣିଆ ଡାଲି ସମ୍ପର୍କରେ ସେ କହିଛନ୍ତି ଯେ ଅଣ୍ଡାତରକାରୀ ଦେବାର ନିୟମ ରହିଛି। ହେଲେ ପିଲାମାନେ ତରକାରୀ ବଦଳରେ ଶିଝା ଅଣ୍ଡା ଖାଇବାକୁ ଭଲ ପାଉଛନ୍ତି। ଏବଂ ତରକାରୀ ବଦଳରେ ଡାଲି କରାଯାଇଛି। ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୧କେଜି ଡାଲି ପକାଯାଇଥିବା ସେ କହିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଶିକ୍ଷକ ୨ ଜଣ ଛୁଟିରେ ଥିବା ସେ ଜାଣିନାହାନ୍ତି। ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ସେ ଶୀଘ୍ର ତଦନ୍ତ କରି ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri