ଅବୈଜ୍ଞାନିକ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି : ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ…

ବଲାଙ୍ଗୀର ,୨୩।୬ (ସୁନିଲ କୁମାର ମହାନ୍ତି): ଓଡ଼ିଶା ଭଳି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଉତ୍ତମ ସରକାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ ଥିବା ସତ୍ତ୍ୱେ ଗତ ସରକାର ପ୍ରାୟ ସାତ ହଜାରରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଥିଲେ ଏବଂ ବର୍ତ୍ତମାନ ଡବଲ ଇଂଜିନ ସରକାର ଅମଳରେ ମଧ୍ୟ ତାହା ଖୋଲିବା ତ ଦୂରର କଥା ବରଂ ବନ୍ଦ ହେବା ପ୍ରକ୍ରିୟା ଚାଲିଛି। ଅନ୍ୟପଟରେ ରାଜ୍ୟରେ ହଜାର ହଜାର ଶିକ୍ଷକ, ଶିକ୍ଷା କର୍ମଚାରୀ ପଦବୀ ଖାଲି ପଡ଼ିଛି। ରାଜ୍ୟର ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ଭୁଷୁଡି ପଡିବା ଅବସ୍ଥାରେ। ତେଣୁ ଆଜି ରାଜ୍ୟର ଜନଗଣ ସରକାରୀ ଅନୁଷ୍ଠାନ ପ୍ରତି ଆସ୍ଥା ହରେଇବାରେ ଲାଗିଛନ୍ତି। ସରକାରୀ ଶିକ୍ଷାର ଏହିପରି ପରିସ୍ଥିତିରେ ଜାତୀୟ ଶିକ୍ଷାନୀତି – ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପରିବର୍ତ୍ତନ କରି ନୂତନ ପୁସ୍ତକ ପ୍ରସ୍ତୁତ କରିବା ଏବଂ ସେହିସବୁ ପାଠ୍ୟପୁସ୍ତକରେ ମୋଟ ୨୧୨୫ଟି ଭୁଲ ପରିଲକ୍ଷିତ ହେବା ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିକେ ନିରିଖେଇ ଦେଖିଲେ ଆହୁରି ଅଧିକ ସଂଖ୍ୟକ ଭୁଲ ମଧ୍ୟ ବାହାରିବ। ମୂଳତଃ ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢା କାହାଣୀକୁ ଭର୍ତ୍ତି କରାଯାଇ ପାଠ୍ୟକ୍ରମର ଏକ ମୌଳିକ ଭିତ୍ତିଗତ ପରିବର୍ତ୍ତନ କରାଯାଇଛି । ଏହାଦ୍ୱାରା ଛାତ୍ରୀଛାତ୍ରମାନେ କେବଳ ତଥ୍ୟଗତ ଭାବେ ଭୁଲ ଶିକ୍ଷା ପାଇବେ ନାହିଁ ଆହୁରି ମଧ୍ୟ ବିକୃତ ଶିକ୍ଷା ପାଇବେ, ଯଦ୍ୱାରାକି ସେମାନଙ୍କର ଚିନ୍ତା କରିବାର କ୍ଷମତା ମଧ୍ୟ ଭୟଙ୍କର ଭାବେ ବାଧାପ୍ରାପ୍ତ ହେବ। ଫଳରେ ଏହିପରି ଅବୈଜ୍ଞାନିକ ତଥା ଭୁଲ ଶିକ୍ଷା ଗ୍ରହଣ କରି ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଯେ ଅନ୍ଧକାରମୟ ହେବ କେବଳ ସେତିକି ନୁହେଁ ଆହୁରି ମଧ୍ୟ ସେମାନେ ଅନ୍ଧତା, କୂପମଣ୍ଡୁକତାର ଶିକାର ହେବେ ଏବଂ ଏହା ସରକାରୀ ଶିକ୍ଷାକୁ ଧ୍ୱଂସ କରି ଶିକ୍ଷାର ଘରୋଇକରଣ, ବେପାରୀକରଣର ରାସ୍ତା ସୁଗମ କରିବାରେ ସହାୟକ ହେବ। ଫଳସରୂପ ଗରିବ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷାର ସୁଯୋଗ ଆକାଶ କଇଁଆ ଭଳି ହେବ।
ଏଣୁ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରସ୍ତୁତ ଅବୈଜ୍ଞାନିକ ପାଠ୍ୟକ୍ରମ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନୂତନ ପାଠ୍ୟପୁସ୍ତକ ଛାତ୍ରୀଛାତ୍ରମାନଙ୍କୁ ବିତରଣ କରିବା, ଗଣଶିକ୍ଷା ମନ୍ତ୍ରୀ ସମେତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା, ଶିକ୍ଷା ଧ୍ବଂସକାରୀ ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ଦାବିରେ ଏଆଇଡିଏସଓ (AIDSO) ବଲାଙ୍ଗୀର ଜିଲା କମିଟି ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଜିଲାପାଳଙ୍କ ଜରଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ ସଭାରେ ଏଆଇଡିଏସଓ ର ରାଜ୍ୟ ଉପ-ସଭାପତି ସୁନିଲ କୁମାର ଭୋଇ, ଜିଲା ସମ୍ପାଦିକା ଗୌରି ରାଉତ, ଜିଲା ସଭାପତି ମଧୁସୁଦନ ବାଗ, ଜିଲ୍ଲା ଉପ-ସଭାନେତ୍ରୀ ଅହଲ୍ୟା ସାହୁ, ସଂଗଠନ ସଭ୍ୟ ବିଶ୍ୱଜିତ ସୁନା, ଗୌରି ଛତ୍ରିଆ, ଶ୍ରଦ୍ଧାଞ୍ଜଳି ସୁନା, ଅନିଲ ସୁନା, ରାହୁଲ ସୁନା, ଅଭିଭାବକ ସୁନିତା ନନ୍ଦ,ସୁପ୍ରଭା ସୁନାଙ୍କ ସହିତ ବହୁ ସ୍କୁଲ ଛାତ୍ରୀଛାତ୍ର ସାମିଲ ଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ କଡ଼ା ଟାର୍ଗେଟ କଲେ ୟୁକେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ନାଇଜେଲ ଫାରେଜ, ଜାଣନ୍ତୁ ଭାରତ ପ୍ରତି ତାଙ୍କର ମତ କ’ଣ

ଲଣ୍ଡନ,୨୩।୬: କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ନାଇଜେଲ ଫାରେଜ ଜଣେ ଦୃଢ଼ ଦାବିଦାର ଭାବରେ ଉଭା ହୋଇଛନ୍ତି। ରିଫର୍ମ ୟୁକେର…

ସ୍କୁଲରୁ ଲଗାତର ଚୋରି, ଦୁର୍ବୃତ୍ତମାନଙ୍କୁ ଧରିବାରେ ପୋଲିସ ବିଫଳ

ଅମରପାଲି,୨୩ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ବହଳପଦର କ୍ଲଷ୍ଟରର ଭାଲୁଡୁଙ୍ଗୁରୀ ସରକାରୀ ୟୁପି ସ୍କୁଲରେ ବାରମ୍ବାର ଚୋରି ହେଉଥିବାବେଳେ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ…

ଶିକ୍ଷାବିତ୍‌ଙ୍କ ଅକାଳ ବିୟୋଗ: ଚକ୍ଷୁ ଦାନ କରି ସାଜିଲେ ଉଦାହରଣ

ନୂଆପଡ଼ା/ସିନାପାଲି,୨୩ା୬(ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଅଞ୍ଚଳର ଶିକ୍ଷାବିତ୍‌ ଜଗନ୍ନାଥ ନାୟକଙ୍କ ୫୨ ବର୍ଷ ବୟସରେ ରବିବାର ଅକାଳ ବିୟୋଗ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ…

ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପରମାଣୁ କାର୍ଯ୍ୟକ୍ରମକୁ ନେଇ ନେଲା ୟୁଟର୍ନ

ତେହରାନ,୨୩।୬: ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଆଗକୁ ବଢୁଛି, ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ୟୁ-ଟର୍ନ ନେଇଛି। ଏହା ଚୁକ୍ତିନାମା…

ଅଟୋ ରାଲି ଶୁଭାରମ୍ଭରେ ତ୍ରିରଙ୍ଗା ଉଡାଇଲେ ବିଧାୟକ, ଭିଡିଓ ଭାଇରାଲ ପରେ…

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘ ରବିବାର ସଂଘର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଥିଲା। ଏହି ଅବସରରେ ସକାଳ ପ୍ରାୟ ୮ଟାରେ ବରଗଡ଼…

ବିକ୍ରି ନ ହୋଇ ଖୋଲା ଆକାଶ ତଳେ ପଡିରହିଛି ଧାନ: ମାଡ଼ି ଆସିଲା ବର୍ଷା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିବା ସମୟ ଆସି ଯାଇଛି। ହେଲେ ଟୋକନ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ରବିରେ ଅମଳ ଧାନକୁ ଅନେକ ଚାଷୀ ବିକ୍ରି…

କାତାରରେ ବିସ୍ଫୋରଣ: ୧୨ ଭାରତୀୟଙ୍କ ସମେତ ୧୩ ମୃତ

ଦୁବାଇ,୨୩ା୬(ପି.ଟି.): କାତାରର ରାସ୍‌ ଲାଫାନ୍‌ ଶିଳ୍ପାଞ୍ଚଳ ସହରରେ ଥିବା ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୧୨ ଭାରତୀୟଙ୍କ ସମେତ ୧୩ ଜଣ ପ୍ରାଣ ହରାଇଛନ୍ତି। ରବିବାର ସନ୍ଧ୍ୟାରେ ଶିଳ୍ପାଞ୍ଚଳ…

ଦିଲ୍ଲୀ ବନ୍ୟା ମୁକାବିଲାରେ ସାହାଯ୍ୟ କରୁଛି ‘ଆରାବଳୀ’

ନୂଆଦିଲ୍ଲୀ,୨୩ା୬: ଦେଶର ରାଜଧାନୀ ଦିଲ୍ଲୀରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ସହରକୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ରକ୍ଷା କରିବା ପାଇଁ ଆରାବଳୀ ବାୟୋଡାଇଭର୍ସିଟି ପାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri