Posted inଭଦ୍ରକ

ଅବାଧରେ ଚାଲିଛି ବେଆଇନ କାଠମିଲ୍‌, ଡିପୋ

ଭଦ୍ରକ ଅଫିସ, ୧୩।୧୦- ଭଦ୍ରକ ଜିଲାରେ ଚୋରା କାଠ ବେପାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରେ ବେଆଇନ କାଠ ମିଲ୍‌ ଓ ଡିପୋ ଅବାଧରେ ଚାଲିଥିବା ବେଳେ ବନ ବିଭାଗ ବେପାରୀଙ୍କୁ କାବୁ କରିପାରୁ ନ ଥିବା ଅଭିଯୋଗ ହେଉଛି। ବନ ବିଭାଗର କେତେକ ଅସାଧୁ ଅଧିକାରୀଙ୍କ ସହ କାଠ ବେପାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଗଛ ସଂଖ୍ୟା କମିବାରେ ଲାଗିଛି। କାଠ ମିଲ୍‌ ଓ ଡିପୋଗୁଡ଼ିକ ଦୃଷ୍ଟି ଆଢୁଆଳରେ ରହିଛି। ଭଦ୍ରକ ସହରରେ ବେଆଇନ କାଠ ମିଲ୍‌ ଦିନରାତି କାର୍ଯ୍ୟ କରୁଛି। ସହରର ଠାଏ ଠାଏ ବେଆଇନ କାଠ ଡିପୋ ସତେ ଯେପରି କୁଟୀରଶିଳ୍ପ ପାଲଟିଛି ବୋଲି କୁହାଯାଉଛି। ହେଲେ ଏ ସମ୍ପର୍କରେ ବନ ବିଭାଗ ପାଖରେ କୌଣସି ଖବର ନ ଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
କରତ କଳ ଉପରେ ସରକାରୀ ସ୍ତରରେ କଟକଣା ରହିଥିଲେ ମଧ୍ୟ ଜିଲା ପ୍ରଶାସନ ଓ ପୋଲିସ ମୁଖ୍ୟାଳୟ ଆଗ ଦେଇ ଦୈନିକ ବେଆଇନ ଭାବେ କାଠ ଚାଲାଣ ସାଙ୍ଗକୁ କାଠ କଟାଯାଇ ଜିଲା ବାହାରକୁ ପଠାଯାଉଛି। ବନ ବିଭାଗର ଛତ୍ରଛାୟା ତଳେ ରହିଛନ୍ତି କାଠ ବେପାରୀ ଓ ବେଆଇନ କାଠ ଡିପୋ। ସହରରେ ଶତାଧିକ କାଠ ଡିପୋ ଓ ୧୦ରୁ ଊର୍ଦ୍ଧ୍ୱ କରତକଳ ଚାଲୁଥିବା ବେଳେ ପୋଲିସ କିମ୍ବା ବନ ବିଭାଗ ଚଢ଼ାଉ ନ କରିବା କାଠ ବେପାରୀଙ୍କ ସହ ସଲାସୁତରାକୁ ପଦାରେ ପକାଉଥିବା ଚର୍ଚ୍ଚା ହେଉଛି। କାଠ ଡିପୋଗୁଡ଼ିକ ଦୈନିକ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରିଆସୁଥିବା, ବେଆଇନ କାଠ ମିଲ୍‌ଗୁଡ଼ିକ କାହା ଇଙ୍ଗିତରେ କାର୍ଯ୍ୟ କରୁଛି ସେ ନେଇ ତଦନ୍ତ କରାଯାଉ ବୋଲି ଦାବି ହେଉଛି। ଉଲ୍ଲେଖନୀୟ ଯେ, ଯେଉଁ ମିଲ୍‌ରେ ଥରେ ଚଢ଼ାଉ ହେଉଛି ତାହାର ୬ ମାସ ପରେ ପୁଣି ପୂର୍ବଭଳି ଚାଲୁଛି। ସେହିପରି ଦୈନିକ ଜିଲା ବାହାରୁ ୨୦ରୁ ଊର୍ଦ୍ଧ୍ୱ ଟ୍ରିପ୍‌ କାଠ ସହରରେ ଥିବା ବିଭିନ୍ନ ମିଲ୍‌କୁ ବେଆଇନ ଭାବେ ଆସୁଛି ଓ ସାଇଜ କାଠ କଟାଯାଇ ନିଆଯାଉଛି। ଏ ସମ୍ପର୍କରେ ଭଦ୍ରକ ବନାଞ୍ଚଳ ଅଧିକାରୀ ରଞ୍ଜିତ ମହାନ୍ତିଙ୍କୁ ପଚାରିବାରୁ ପ୍ରଶାସନ, ପୋଲିସ ଓ ବନ ବିଭାଗର ସମନ୍ବୟ ରହିଲେ ଚୋରା କରତକଳ ଓ କାଠ ଡିପୋଗୁଡ଼ିକୁ ସିଲ୍‌ କରାଯାଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri