ଅବହେଳିତ ଗାଁ ଗୋଧୂଳି

ଚମ୍ପୁଆ,୪।୯(ଡି.ଏନ.ଏ.)-ଚମ୍ପୁଆ ଏନଏସି ଅନ୍ତର୍ଗତ ୧ ନଂ ୱାର୍ଡ ମାନ୍ୟତା ପାଇଥିବା ଗୋଧୂଳି ଗାଁ ଆଜି ଅବହେଳିତ। ରାସ୍ତା ଘାଟ ଠାରୁ ଆରମ୍ଭ କରି କମ୍ୟୁନିଟି ପାଇଖାନା ଓ ସ୍ବଚ୍ଛତା କ୍ଷେତ୍ରରେ ଏହାର ଉନ୍ନତି ଖୁବ ପଛରେ ପଡିଛି। ଚମ୍ପୁଆ ପଞ୍ଚାୟତ ସମୟରେ ତିନି ତିନି ଜଣ ସରପଞ୍ଚ ଓ ଏନଏସି ଆରମ୍ଭର ପ୍ରଥମ ଚେୟାରମ୍ୟାନ ଏହି ଗ୍ରାମରୁ ନିର୍ବାଚିତ ହୋଇଥିବାବେଳେ ଏହାର ଉନ୍ନତି ହୋଇ ନ ପାରିବା ଅତ୍ୟନ୍ତ ଦୁଃଖର ବିଷୟ ପାଲଟିଛି। ସରପଞ୍ଚ, ଚେୟାରମ୍ୟାନ ଥାଇ ମଧ୍ୟ ଏହି ଗ୍ରାମ ଅଣଦେଖାର ଶିକାର ହେଉଛି।
ସୂଚନା ଅନୁସାରେ ଚମ୍ପୁଆ ଏନଏସିର ଉପାନ୍ତରେ ଅବସ୍ଥିତ ପାହାଡ ତଳି ଗାଁ ଗୋଧୂଳି ଏନଏସି ଗଠନ ପରେ ୧ନଂ ୱାର୍ଡର ମାନ୍ୟତା ପାଇଛି। ଏହି ଗ୍ରାମରେ ବସବାସ କରୁଥିବା ପ୍ରାୟ ୯୮ ଭାଗ ଲୋକ ଆଦିବାସୀ ସମ୍ପ୍ରଦାୟର। କାଁ ଭାଁ କେତେଜଣଙ୍କୁ ଛାଡିଦେଲେ ପ୍ରାୟତଃ ସମସ୍ତେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଏକପଟେ ବୈତରଣୀ ନଦୀ ବୋହି ଯାଉଥିଲେ ମଧ୍ୟ ପାଣିବିନା ଅନେକ ସମୟରେ ଚାଷରେ କ୍ଷତି ସହୁଛନ୍ତି ଗୋଧୂଳି ଗ୍ରାମବାସୀ। ଏହି ଗ୍ରାମରେ ତଳସାହି, ମଝିସାହି, ଉପରସାହି, ବଙ୍କା ସାହି, ତିନିଘରିଆ ସାହି, ଭାଲିଆଢିପା ଓ ଦଳେଇ ସାହି ଆଦି ରହିଅଛି। କେବଳ ଭାଲିଆଢିପା ସାହିକୁ ଛାଡିଦେଲେ ଅନ୍ୟ କୌଣସି ସାହିରେ ରାସ୍ତା ଘାଟର ଉନ୍ନତି ହୋଇ ନ ଥିବା ଦେଖିବାକୁ ମିଳିଛି। ସ୍ବଚ୍ଛ ଭାରତ ଅଭିଯାନ ମଧ୍ୟ ଏଠାରେ କାମ କରୁ ନ ଥିବା ବେଳେ ଲଟା ଓ ବୁଦା ସହିତ ଗାଁ ଦାଣ୍ଡରେ ଭାସୁଥିବା ପଚାପାଣି ମଶା ମାନଙ୍କ ଆବାସ ସ୍ଥଳି ପାଲଟିଛି। ଦୀର୍ଘ ଦିନ ପୂର୍ବରୁ ଖୋଳାଯାଇଥିବା ଡ୍ରେନ ପୋତି ହୋଇପଡିଥିବାରୁ ଜଳ ନିଷ୍କାସନର ବ୍ୟବସ୍ଥା ଫେଲ ମାରିଛି। ଏନଏସି ପକ୍ଷରୁ ଗାଁର ଶେଷ ମୁଣ୍ଡରେ କରାଯାଇଥିବା କମ୍ୟୁନିଟି ପାଇଖାନା ଲୋକଙ୍କ କାମରେ ଲାଗୁନାହିଁ। ବାଧ୍ୟହୋଇ ଲୋକ ବାହାରେ ମଳତ୍ୟାଗ କରୁଥିବାରୁ ଏନଏସିର ମଳମୁକ୍ତ ଏନଏସି ଗଠନ ସ୍ବପ୍ନ ଅଧୁରା ରହିଯାଇଛି। ଏହି ଗାଁକୁ ଯିବାକୁ ହେଲେ ପଡୁଥିବା ଏକ ନାଳ ଉପରେ କଲଭର୍ଟ ନିର୍ମାଣ ପାଇଁ ଗ୍ରାମବାସୀ ଦିର୍ଘ ଦିନ ହେବ ଦାବି କରିଆସୁଥିଲେ ମଧ୍ୟ କେବଳ ରାସ୍ତା କଡରେ ହୋମ ପାଇପ ପକାଯାଇ ଲୋକଙ୍କ ମଧ୍ୟରେ କଲଭର୍ଟ ନିର୍ମାଣର ଆଶା ବଞ୍ଚାଇ ରଖାଯାଇଛି। ବର୍ଷା ଦିନେ ଉକ୍ତ ରାସ୍ତାରେ ଯାତାୟତ କରିବା ଦୁର୍ବିସହ ହୋଇପଡିଛି। ଗାଁ ପରିମଳ ଧୋବା ତଠରୁ ଢଗ ଅନୁସାରେ ଏହି ଗାଁର ପରିସ୍ଥିତି ଏହି ନାଳରୁ ଜଣାପଡିଥାଏ। ତେବେ ତୁରନ୍ତ ଏଥିପ୍ରତି ଏନଏସି କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଗୋଧୂଳିବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri