Posted inଖେଳ

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରିବା ସହ ସେ ବାର୍ସିଲୋନା, ଆଟଲେଟିକୋ ମାଡ୍ରିଡ୍‌ ଓ ଭାଲେନିସିଆ ପ୍ରଭୃତି ହାଇପ୍ରୋଫାଇଲ କ୍ଲବ ପାଇଁ ଖେଳି ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ।

ରକା ଷ୍ଟ୍ରାଇକର ତଥା ସ୍ପେନର ଟପ୍‌ ଗୋଲ ସ୍କୋରର ଡେଭିଡ ଭିଲା ଅବସର ନେଇ ଘୋଷଣା କରିଛନ୍ତି। ୧୯ ବର୍ଷର ଘଟଣା ବହୁଳ କ୍ୟାରିୟରରେ ଭିଲା ସବୁ ପ୍ରକାର ସଫଳତା ପାଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ରୂପେ ପରିଗଣିତ ହେଉଥିବା ଏହି ଭିଲା ୯୮ଟି ମ୍ୟାଚ୍‌ ଖେଳିଛନ୍ତି। ଆଉ ଦୁଇଟି ମ୍ୟାଚ୍‌ ଖେଳିଥିଲେ ସେ ମ୍ୟାଚ୍‌ ଖେଳିବାରେ ଶତକ ହାସଲ କରିଥାନ୍ତେ। ସ୍ପେନ ପାଇଁ ସେ ସର୍ବାଧିକ ୫୯ଟି ଗୋଲ ସ୍କୋର କରିଛନ୍ତି। ସ୍ପେନକୁ ବାଦ୍‌ ଦେଲେ ସେ ବିଭିନ୍ନ ବିଶ୍ୱସ୍ତରୀୟ କ୍ଲବ ପାଇଁ ଖେଳି ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ଆସନ୍ତା ମାସରେ ସେ ଅବସର ନେବା କଥା ଘୋଷଣା କରିଛନ୍ତି। ୨୦୧୯ ଜେ- ଲିଗ୍‌ ସେସନ ପରେ ହିଁ ସେ ଫୁଟବଲ୍‌କୁ ଅଲବିଦା କରିବେ। ନିଜର ପାଖାପାଖି ଦୁଇ ଦଶନ୍ଧିର କ୍ୟାରିୟରରେ ୩୭ ବର୍ଷୀୟ ଭିଲା ଫିଫା ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରି ଅସାଧାରଣ ସଫଳତା ପାଇଛନ୍ତି। କ୍ଲବ୍‌ ଫୁଟବଲ୍‌ରେ ସେ ବାର୍ସିଲୋନା, ଆଟଲେଟିକୋ ମାଡ୍ରିଡ, ଭାଲେନ୍ସିଆ ତରଫରୁ ଖେଳିଛନ୍ତି। ବେଶ ଭାବପ୍ରବଣ ହୋଇ ସେ ଅବସର କଥା ଘୋଷଣା କରିଛନ୍ତି। ଏନେଇ ଦୀର୍ଘ ଦିନରୁ ଚିନ୍ତା କରିଆସୁଥିଲି। ପରିବାର, ବନ୍ଧୁ ଓ ଶୁଭଚିନ୍ତକମାନଙ୍କ ସହ ଆଲୋଚନା କରି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ଅବସର ନେବାକୁ ମୋତେ କେହି ବାଧ୍ୟ କରିନାହାନ୍ତି ଓ ଏହା ମୋର ନିଜ ନିଷ୍ପତ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ଭିଲା ୩ଥର ବିଶ୍ୱକପ୍‌ ଖେଳିବାର ସୁଯୋଗ ପାଇଛନ୍ତି। ୨୦୧୦ ବିଶ୍ୱକପ୍‌ରେ ସେ ଟାଇଟଲ ଜିତିଥିଲେ। ସେହିପରି ୨୦୦୮ରେ ସେ ୟୁରୋପିଆନ ଚାମ୍ପିୟନଶିପ୍‌ ହାସଲ କରିଥିଲେ। ଯଦିଓ ସେ ୨୦୧୨ ୟୁରୋପିଆନ୍‌ ଚାମ୍ପିୟନଶିପ୍‌ ବିଜୟରେ ଇଞ୍ଜୁରି କାରଣରୁ ସାମିଲ ହୋଇ ପାରି ନ ଥିଲେ।
କ୍ଲବ ଫୁଟବଲ୍‌ରେ ସେ ୨୦୧୦-୧୧ରେ ଚାମ୍ପିୟନ୍ସ ଲିଗ୍‌, ୨୦୧୧ରେ ୟୁଇଏଫ୍‌ଏ ସୁପର କ୍ଲବ, ୨୦୧୧ରେ କ୍ଲବ ଓ୍ବଲର୍‌ଡ କପ୍‌, ୨୦୧୦- ୧୧ ଓ ୨୦୧୨-୧୩ରେ ବାର୍ସିଲୋନ ତରଫରୁ ଦୁଇଥର ଲା ଲିଗା ଟାଇଟଲ ଜିତିଥିଲେ। ୨୦୧୩-୧୪ରେ ସେ ଆଟଲେଟିକୋ ମାଡ୍ରିଡ ତରଫରୁ ତୃତୀୟ ଲା ଲିଗା ଟାଇଟଲ ଜିତିଥିଲେ। ଡିସେମ୍ବର ୭ରେ ତାଙ୍କର ଅବସରକାଳୀନ ଉତ୍ସବ ବା ରିଟାୟାର୍ଡମେଣ୍ଟ ସେରିମନୀ ଆୟୋଜନ ହେବ। ତାଙ୍କ ଏହି ଘୋଷଣା ବିଶ୍ୱବ୍ୟାପୀ ତାଙ୍କ ପ୍ରଶଂସକଙ୍କୁ ଅବଶ୍ୟ ନିରାଶ କରିଛି। ଦୀର୍ଘ ବର୍ଷ ଧରି ଫିଟନେସ୍‌ ଓ ଫର୍ମ ବଜାୟ ରଖି ସେ ବିଶ୍ୱ ଫୁଟବଲ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏହି ଉଜ୍ଜ୍ୱଳମୟ କ୍ୟାରିୟର ଆଗାମୀ ପିଢ଼ିର ଫୁଟବଲରଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri