ଅପେରା ହାଲଚାଲ ରାତିତମାମ କାନ୍ଦିଥିଲେ ମୁନ୍ନା

ଅପେରା ଜଗତର ଆଗଧାଡିର ଅନ୍ୟତମ ନାୟକ ମୁନା। ଦୀର୍ଘ ୧୪ବର୍ଷ ଧରି ସେ ଅଭିନୟ ଜାରି ରଖିଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ନମିତାଙ୍କ ସହ ସେ ଏବେ ଧଉଳି ଗଣନାଟ୍ୟରେ ନିଜର ଆକ୍ଟିଂ କ୍ୟରିୟର ଜାରି ରଖିଛନ୍ତି। ଅଭିନୟ ଜୀବନର ଏକ ଅଭୁଲା ସ୍ମୃତିକୁ ବଖାଣି ମୁନା କହନ୍ତି, ‘ସେତେବେଳେ ମୁଁ କୋଣାର୍କ ଗଣନାଟ୍ୟରେ ଥାଏ। କେନ୍ଦୁଝରର ଏକ ସ୍ଥାନରେ ଅପେରା ପରିବେଷଣ କରୁଥାଏ ଏହି ପାର୍ଟି। ସନ୍ଧ୍ୟାବେଳେ ହଠାତ୍‌ ଘରୁ ଖବର ଆସିଲା-ମୋ ମା’ ଚାଲିଗଲେ। ଖବରଟି ଶୁଣିବା ପରେ ମୁଁ ସ୍ତବ୍ଧ ହୋଇଯାଇଥିଲି। ଗୋଟିଏ ପଟେ ମା’ଙ୍କ ମୃତ୍ୟୁ ଖବର, ଅନ୍ୟପଟେ ସେଦିନ ନାଟକ ପାଇଁ ସମ୍ପୂର୍ଣ୍ଣ ଟିକେଟ ବୁକ୍‌ ହୋଇସାରିଥାଏ। କ’ଣ କରିବି ? ମ୍ୟାନେଜରଙ୍କ ନିକଟରୁ ଯାଇ କହିଲି। ମ୍ୟାନେଜର ଅର୍ଗାନାଇଜରଙ୍କ ସହ କଥା ହେଲେ, ହେଲେ ସେମାନେ ନାଟକ ବଦଳାଇବାକୁ ରାଜି ହେଲେନାହିଁ। ତେଣୁ ବାଧ୍ୟହୋଇ ରାତି ତମାମ ଅଭିନୟ କରିବାକୁ ନିଜକୁ ପ୍ରସ୍ତୁତ କରିନେଲି। ମନରେ କୋହ। ସଂଯୋଗବଶତଃ ସେଦିନ ଭୂମିକାରେ ମୋର ଅଧିକ ପ୍ୟାଥେଟିକ ସିନ୍‌ ଥିଲା। ତେଣୁ କାନ୍ଦି କାନ୍ଦି ରାତି ପାହି ଯାଇଥିଲା। ସକାଳୁ ନାଟକ ଶେଷ ହେବା ପରେ ଘରକୁ ଯାଇଥିଲି। ମା’ଙ୍କ ଅନ୍ୟେଷ୍ଟିକ୍ରିୟା ଶେଷ କରି ପୁଣି କେନ୍ଦୁଝର ଫେରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri