Posted inରାଜ୍ୟ

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଅଭିଯୁକ୍ତ ଯୁବକ ଗିରଫ

ନୟାଗଡ଼ ଅଫିସ/ରଣପୁର,୨୦ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରୁ ଅପହୃତ ଜଣେ ନାବାଳିକାଙ୍କୁ ପୋଲିସ ଶୁକ୍ରବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଦ୍ଧାର କରିଛି। ଏଥିସହିତ ଅପହରଣକାରୀ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେ ହେଲେ ଶଙ୍କର ଭୋଇ। ଶଙ୍କରଙ୍କ ନିର୍ଦ୍ଦିଷ୍ଟ ପରିଚୟ ନ ଥିବାବେଳେ ସେ ପୂର୍ବରୁ ଗିରଫ ସମୟରେ ନିଜ ଘର ଉତ୍ତରପ୍ରଦେଶ, ଖୋର୍ଦ୍ଧା ତ ଆଉ କେତେବେଳେ ନୟାଗଡ଼ ବୋଲି କହୁଥିଲେ। ତାଙ୍କ ନାମରେ ପୂର୍ବରୁ ୬ଟି ଥାନାରେ ଏହିଭଳି ମାମଲା ରହିଛି। ଶୁକ୍ରବାର ସନ୍ଧ୍ୟାରେ ଏସ୍‌ପି ଶଶିଭୂଷଣ ଶତପଥୀ ଏକ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।
ଶଙ୍କର ସାମାନ୍ୟ ଦିବ୍ୟାଙ୍ଗ ହୋଇଥିବା ବେଳେ କୌଣସି କାମଧନ୍ଦା କରନ୍ତି ନାହିଁ। ସହଜ ଉପାୟରେ ପଇସା କମାଇବା ପାଇଁ ସେ ବିଭିନ୍ନ ସ୍ଥାନରୁ ପିଲାଙ୍କୁ ଚୋରି କରି ଭିକ୍ଷାବୃତ୍ତିରେ ନିୟୋଜିତ କରନ୍ତି। ଗତ ୬ ତାରିଖରେ ଚାନ୍ଦପୁର ଅଞ୍ଚଳରେ ଖେଳୁଥିବା ସମୟରେ ସେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ। ପରିବାର ସହ ରହୁଥିବା ନାବାଳିକା ଦ୍ୱିତୀୟ ଶ୍ରେଣୀରେ ପଢନ୍ତି। ସେ ତାଙ୍କ ଭାଇ ସହ ଖେଳୁଥିବାବେଳେ ଶଙ୍କର ଓ ଅନ୍ୟଜଣେ ଯୁବକ ବାଇକ୍‌ରେ ସେଠାରେ ପହଞ୍ଚତ୍ଥିଲେ। ମଧ୍ୟାହ୍ନ ସାଢେ ୧୨ଟା ସମୟରେ ଶଙ୍କର ଚକୋଲେଟ୍‌ ଦେବା ପାଇଁ ନାବାଳିକାଙ୍କୁ ଡାକି ନାକରେ କିଛି ଶୁଙ୍ଘାଇ ତାଙ୍କୁ ନେଇ ପଳାଇ ଯାଇଥିଲେ। ତାଙ୍କ ଭାଇ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇପାରି ନ ଥିଲେ। ରାତିରେ ତାଙ୍କ ବାପା ଥାନାକୁ ଯାଇ ଝିଅକୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ। ଚାନ୍ଦପୁର ପୋଲିସ ଏକ ମାମଲା (ନଂ.୬୯/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ଶଙ୍କର ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ବୁଲାଇ ଭିକ୍ଷାବୃତ୍ତି କରାଉଥିଲେ। ଜିଲା ପୋଲିସ ତରଫରୁ ୪ଟି ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ପୋଲିସ ପୂର୍ବରୁ ପୁରୀ ଓ ବିଶାଖାପାଟଣାରେ ଚଢ଼ାଉ କରିଥିଲେ ମଧ୍ୟ ଶଙ୍କର ଫେରାର ହେବାରେ ସକ୍ଷମ ହୋଇଥିଲେ। ଦିବ୍ୟାଙ୍ଗ ହୋଇଥିବାରୁ ଲୋକଙ୍କ ଅନୁକମ୍ପା ତାଙ୍କ ପାଖକୁ ଯାଏ। ଏହା ସହିତ ଛୋଟ ପିଲାଙ୍କୁ ନିଜ ପାଖରେ ରଖିଥିବାରୁ ଭିକ୍ଷା ମାଗିବାରେ ସହଜ ହୋଇଥାଏ। ପୂର୍ବରୁ ଶଙ୍କରଙ୍କ ନାମରେ ପୁରୀ ଜିଲା ଗଡ଼ିଆସାହି, ଖୋର୍ଦ୍ଧା ଟାଉନ ଥାନା, ଖୋର୍ଦ୍ଧା ସଦର ଥାନା, ବାଲୁଗାଁ ଥାନା, ବଡ଼ଗଡ଼ ଥାନା ଓ ଟାଙ୍ଗୀ ଥାନାରେ ପିଲାଙ୍କୁ ଅପହରଣ କରିଥିବା ନେଇ ମାମଲା ରୁଜୁ ହୋଇଛି। ସମସ୍ତ ମାମଲାରେ ଶୁଣାଣି ହୋଇ ସେ ଜେଲ୍‌୍‌ ଯାଇଛନ୍ତି। ଜେଲ୍‌ରୁ ମୁକୁଳିବା ପରେ ସେ ଏହିଭଳି କରନ୍ତି ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ପୋଲିସ ଚାନ୍ଦପୁର ଅଞ୍ଚଳର ଏକ ବିଦ୍ୟାଳୟର ସିସିଟିଭି ଫୁଟେଜକୁ ଦେଖି ଅଭିଯୁକ୍ତଙ୍କ ପତ୍ତା ପାଇଥିଲା। ଶୁକ୍ରବାର ଅପରାହ୍ନ ସମୟରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ନାବାଳିକା ଓ ଶଙ୍କର ବୁଲୁଥିବା ବେଳେ ଭୁବନେଶ୍ୱର ପୋଲିସ ସହାୟତାରେ ନୟାଗଡ଼ ଜିଲା ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶଙ୍କରକୁ ଶନିବାର କୋର୍ଟ ଚାଲାଣ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଖବରଦାତା ସମ୍ମିଳନୀରେ ଶରଣକୁଳ ଏସ୍‌ଡ଼ିପିଓ ସେଲଭିସ୍‌ ଟପ୍ନୋ ଓ ଚାନ୍ଦପୁର ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୧୨ଦିନ ପରେ ମଧ୍ୟ ଝିଅର ସନ୍ଧାନ ନ ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିଲେ। ସେମାନେ ପୋଲିସର ଅବହେଳାକୁ ଦାୟୀ କରି ଗୁରୁବାର ସକାଳ ୯ଟାରେ ଚାନ୍ଦପୁର ଥାନା ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ଏପରି କି ଆଗାମୀ ଦିନରେ ଗ୍ରାମବାସୀଙ୍କ ସହିତ ଥାନା ଘେରାଉ କରାଯିବାକୁ ଯୋଜନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତତ୍ପରତା ଦେଖାଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ରଣପୁର ଅଞ୍ଚଳରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri