Categories: ଗଞ୍ଜାମ

ଅପହୃତା ନାବାଳିକା ଉଦ୍ଧାର, ନାଚ ମାଷ୍ଟର ଗିରଫ

ଭଞ୍ଜନଗର,୭।୧୨(ଡି.ଏନ୍‌.ଏ.): ବେଲଗୁଣ୍ଠା ଫାଣ୍ଡି ପୋଲିସ ଜଣେ ଅପହୃତା ନାବାଳିକାଙ୍କୁ ଶୁକ୍ରବାର ଉଦ୍ଧାର କରିବା ସହ ଅପହରଣ କରିଥିବା ନାଚ ମାଷ୍ଟରଙ୍କୁ ଗିରଫ କରିଛି। ନଂ୪୪୪।୧୯ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଯେ, ବେଲଗୁଣ୍ଠା ଫାଣ୍ଡି ଅଞ୍ଚଳରୁ ଜଣେ ୧୨ ବର୍ଷର ନାବାଳିକାଙ୍କ ଘରକୁ ବୁଗୁଡ଼ା ଥାନା ଅଞ୍ଚଳର ଜଣେ ଶିକ୍ଷକ (୫୨ବର୍ଷ) କୁଣିଆ ଆସିଥିଲେ। ଏହାପରେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୪ ତାରିଖ ଦିନ ନାଚ ଶିକ୍ଷକ ନେଇଯାଇଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଶୁକ୍ରବାର ପୋଲିସ ଫିରିଙ୍ଗିଆ ଅଞ୍ଚଳରୁ ଅଭିଯୁକ୍ତ ନାଚ ଶିକ୍ଷକଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି। କେଉଁ ଉଦ୍ଦେଶ୍ୟରେ ସେ ନାବାଳିକାଙ୍କୁ ନେଇଥିଲେ ତାର ତଦନ୍ତ ଚାଲିଛି।