Categories: ଗଞ୍ଜାମ

ଅପହୃତା ଛାତ୍ରୀ ଉଦ୍ଧାର, ବୟାନ ରେକର୍ଡ : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧ା୧୨-ବୈଦ୍ୟନାଥପୁର ପୋଲିସ ଅପହରଣ ହୋଇଥିବା ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛି। ତାଙ୍କ ବୟାନ ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଛି। ଅନ୍ୟପଟେ ଅପହରଣକାରୀ ତଥା ବଳାତ୍କାରୀଙ୍କୁ ଶନିବାର ଗିରଫ କରାଯାଇଛି ବୋଲି ପୋଲିସ କହିଛି। ଅଭିଯୁକ୍ତ ଜଣକ ଚିଣ୍ଟୁ ବେହେରା (୨୨)। ଶନିବାର ତାଙ୍କର ମେଡିକାଲ ଟେଷ୍ଟ କରାଯାଇଛି। ମାମଲା ନଂ.୨୮୧/୧୯ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି ବୋଲି ପୋଲିସ କହିଛି। ଘଟଣାରୁ ପ୍ରକାଶ ଗତ ୨୫ ତାରିଖ ଛାତ୍ରୀ ଜଣଙ୍କୁ ଚିଣ୍ଟୁ ଅପହରଣ କରିନେଇ ବଳାତ୍କାର କରିଥିଲେ। ଏନେଇ ପୀଡିତାଙ୍କ ମା’ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।