ଅପହରଣ କରି ଶିକ୍ଷୟିତ୍ରୀ ଭଉଣୀଙ୍କୁ ବିବାହ କଲେ ବଡ଼ବାପା ପୁଅ: ବାପା ପ୍ରତିବାଦ କରିବାରୁ କଙ୍ଗାରୁ କୋର୍ଟରେ ଜରିମାନା

ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ଜିଲା ବାଣପୁର ଥାନାର ହରିଚନ୍ଦନପୁର। ଏଠାରେ ଭାଇ ଭଉଣୀଙ୍କୁ ବିବାହ କରିବା ଘଟଣା ଚର୍ଚ୍ଚାର କାରଣ ପାଲଟିଛି। ଶିକ୍ଷୟିତ୍ରୀ ଭଉଣୀଙ୍କୁ ଅପହରଣ କରି ବିବାହ କରିଛନ୍ତି ବିବାହିତା ବଡବାପା ପୁଅ ଭାଇ। ଭାଇ ଓ ଭଉଣୀଙ୍କ କାରନାମାକୁ ପ୍ରତିବାଦ କରିବାରୁ ଶିକ୍ଷୟିତ୍ରୀଙ୍କ ବାପ ଘରର ଲୋକେ ୩ବର୍ଷ ହେଲା ନିର୍ଯାତନା ପାଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଭାଇ ଭାଉଣୀର କାରନାମାକୁ ପ୍ରତିବାଦର ଫଳ ଗଁ।ରେ ବିଭିନ୍ନ ସମୟରେ କଙ୍ଗାରୁ କୋର୍ଟ କରାଯାଇ ଦଣ୍ଡ ଓ ଜରିମାନା କରାଯାଇଛି। ଏଭଳିସ୍ଥଳେ ବାସନ୍ଦ ପରିବାର ବୁଧବାର ଖୋର୍ଦ୍ଧା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ନିର୍ଯାତନାରୁ ରକ୍ଷା ସହ ମାନସିକ ଶାନ୍ତି ପାଇଁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।
ଅଭିଯୋଗ ଅନୁସାରେ, ହରିଚନ୍ଦନପୁର ଗଁ।ର କପିଳେନ୍ଦ୍ର ନାୟକ ଜଣେ ଅବସରପ୍ରାପ୍ତ ଶିକ୍ଷକ। ଶିକ୍ଷକତାରୁ ଅବସର ନେଇଥିଲେ ହେଁ ଝିଅଙ୍କୁ ଶିକ୍ଷୟିତ୍ରୀ କରାଇବାରେ ସଫଳ ହୋଇଥିଲେ। ଝିଅଙ୍କୁ ୨୯ ବର୍ଷ ହୋଇଥିଲେ ମଧ୍ୟ ବିବାହ ହୋଇ ପାରୁ ନ ଥିଲା। ଝିଅଙ୍କ ବିବାହ ବଡବାପା ପୁଅ ଭାଇ ଭାଙ୍ଗି ଦେଉଥିଲେ। ଏକଥା କପିଳେନ୍ଦ୍ର ଜାଣି ପାରି ନ ଥିଲେ। ମାନସିକ ଚାପରେ ଥିବା କପିଳେନ୍ଦ୍ର ଝିଅଙ୍କ ମତାମତକ୍ରମେ ସିକୋ ଗଁ।ରେ ୨୦।୭।୧୬ରେ ବିବାହ କରିବାକୁ ସ୍ଥିର କରିଥିଲେ। ତେବେ ବିବାହ ଲାଗି ଛୁଟି ମଞ୍ଜୁର ଉଦ୍ଦେଶ୍ୟରେ ବାପ ଝିଅ ୧୬।୭।୧୬ରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ସକାଳ ୮ଟାରେ ସ୍କୁଲକୁ ଯିବାରେ ଜଣାପଡିଥିଲା ଝିଅଙ୍କୁ କେହି ଅପହରଣ କରି ନେଇଛନ୍ତି। ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ କିଛି କହି ନ ଥିଲେ। ପରେ ବାଣପୁର ଥାନାରେ ଝିଅଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗ ରଖି ଚୁପ ହୋଇ ରହିଗଲା। ତେବେ ଶିକ୍ଷୟିତ୍ରୀ ଭଉଣୀଙ୍କୁ ବଡବାପା ପୁଅ ଭାଇ ଅପହରଣ କରି ବିବାହ କରିଥିବା ଜଣାପଡିଥିଲା। ଏକଥା ଜଣାପଡିବା ପରେ ଗଁ।ରେ କଙ୍ଗାରୁ କୋର୍ଟ ବସି କପିଳେନ୍ଦ୍ର ପରିବାରକୁ ୧ ଲକ୍ଷ ଟଙ୍କା ଜରିମାନା ସହ ବାସନ୍ଦ କରିଦେଲେ। ଭୁଲ ଥିଲା ଭଉଣୀ ସହ ଭାଇର ବିବାହକୁ ପ୍ରତିବାଦ କରିବା। ପରେ ଝିଅ ୧୮।୧୦।୨୦୧୬ରେ କାର୍ଯ୍ୟରେ ଯୋଗ ଦେଲେ। ହେଲେ ଝିଅ ଅପହରଣକାରୀଙ୍କ ସପକ୍ଷରେ ରହିଲେ। ଝିଅ ଅପହରଣ, ସ୍କୁଲରେ ଯୋଗ ଦେବା ଓ କଙ୍ଗାରୁ କୋର୍ଟ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ କେବଳ ଚୁକ୍ତିନାମା ଲେଖାଇ ଆଉ ବାସନ୍ଦ ନ କରିବାକୁ ପୋଲିସ ପରାମର୍ଶ ଦେଇଥିଲେ। ହେଲେ ପୋଲିସର ଚୁକ୍ତିନାମାକୁ ଶୀତଳଭଣ୍ଡାରକୁ ଫୋପାଡି ପୁଣି ବାସନ୍ଦ କରାଯାଇଛି। ଗଁ। ଦାଣ୍ଡରେ ଗଲେ ଚୁଗୁଲି, ଅଶ୍ଳୀଳ ଗାଳିଗୁଲଜ, ମାରପିଟ୍‌ କରାଯାଉଛି। କବାଟ ଭାଙ୍ଗି ଘରେ ପଶି ସାନପୁଅଙ୍କୁ ଉଠାଇ ନେଇ ମାରପିଟ୍‌ କରାଗଲା। ଘର ଆଗରେ ବାଡ, ପ୍ରାଚୀର କରିଦେଲେ। ଦାଣ୍ଡକୁ ଯାଉଥିବା ଅଗଣା ପାଣିର ନାଳ ମୁହଁରେ ସିମେଣ୍ଟ କଂକ୍ରିଟ କରି ବନ୍ଦ କରିଦେଲେ। ପୁଅ କରିଥିବା ଗ୍ରାହକ ସେବା କେନ୍ଦ୍ର ଭଙ୍ଗାରୁଜା କଲେ। ଗୁଳି କରି ଘର ପୋଡିଦେବୁ ଧମକ ମିଳୁଛି। ପୋଲିସ ଝିଅ ଅପହରଣ ପରେ ବିବାହ ସମୟରେ ସାବାଳକ ହୋଇଥିବାରୁ କୌଣସି ମାମଲା ରୁଜୁ କରି ନ ଥିଲା। ପରେ ଅଭିଯୋଗ ମୁତାବକ ପୋଲିସ ଦଫା ୧୦୭ରେ ନଂ. ୭୪/୧୯ରେ, ଦଫା ୩୪୧, ୨୯୪, ୩୨୩, ୩୭୯, ୪୨୭, ୪୪୮, ୫୦୬, ୩୪ ଆଇପିସି, ୨୭ ଆମର୍‌ସ ଆକ୍ଟରେ ୨୨୦/୧୯ରେ ମାମଲା ରୁଜୁ କରି ଚୁପ ହୋଇ ବସି ରହିଛି। ସେପଟେ ଗୋଟିଏ ପରେ ଗୋଟିଏ ମିଥ୍ୟା କେଶ ପାଇଁ ଅଭିଯୋଗ ଚାଲିଛି। ଏବେ କୋର୍ଟରେ ମକଦ୍ଦମା କରିବାକୁ ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri