ଅପହଞ୍ଚ ଯୋଜନା, ଅସୁରକ୍ଷିତ ଶ୍ରମିକ

ନୟାଗଡ଼ ଅଫିସ,୧୮ା୩: ଶିକ୍ଷାର ଅଭାବ ସାଙ୍ଗକୁ ଅଭିଯୋଗ କରିବାକୁ ସାହସ ଜୁଟାଇପାରୁ ନ ଥିବାରୁ ନୟାଗଡ ଜିଲାର ନିରୀହ ଶ୍ରମିକ ଶୋଷଣର ଶିକାର ହୋଇଚାଲିଛି। କେଉଁଠି ଶାରୀରିକ ନିର୍ଯାତନା ଦିଆଯାଉଛି ତ ଆଉ କେଉଁଠି ବିନା ପାରିଶ୍ରମିକରେ ଗୋତି ଖଟାଉଛନ୍ତି। ଶ୍ରମିକଙ୍କୁ ଉଚିତ୍‌ ପ୍ରାପ୍ୟ ଦେବା ଓ ଶୋଷଣରୁ ମୁକ୍ତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ଯେପରି ବାଟବଣା ହୋଇଯାଇଛି। ସରକାରୀ ଯୋଜନା ଅପହଞ୍ଚ କାରଣରୁ ଶ୍ରମିକ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି।
ବୋନସ ଓ ଛୁଟି ମିଳୁନି
ଜିଲାର ବିଭିନ୍ନ ଦୋକାନ, ଗୋଦାମ, ନର୍ସିଂହୋମ, ଶୋରୁମ୍‌ ଆଦି ବାଣିଜି୍ୟକ ପ୍ରତିଷ୍ଠାନରେ ନିୟୋଜିତ ଶ୍ରମିକମାନେ ଆଇନ ଅନୁଯାୟୀ ସର୍ବନିମ୍ନ ମଜୁରି ପାଉନାହାନ୍ତି। ମାସକୁ ୪ଟି ସାପ୍ତାହିକ ଛୁଟି ଦିଆଯାଉନି। ସେହିପରି ବର୍ଷ ମଧ୍ୟରେ ଅଗଷ୍ଟ ୧୫, ଜାନୁୟାରୀ ୨୬, ଶ୍ରମିକ ଦିବସ ଓ ଗାନ୍ଧୀ ଜୟନ୍ତୀ ପରି ୪ଟି ଜାତୀୟ ଛୁଟି ବି ଦିଆଯାଉନି। ଦୈନିକ ୮ଘଣ୍ଟା କାର୍ଯ୍ୟ କରିବାର ନିୟମ ଥିବାବେଳେ ୧୦ରୁ ୧୨ ଘଣ୍ଟା ଖଟାଯାଉଛି। ଓଭର ଟାଇମ୍‌ ମଜୁରିର ଦୁଇଗୁଣ ପାଇବାକୁ ନିୟମ ଥିବାବେଳେ ତାହା ଶୀତଳଭଣ୍ଡାରରେ ରହିଯାଉଛି। ଜଣେ ଶ୍ରମିକ/କର୍ମଚାରୀ ବର୍ଷକୁ ଅତି କମ୍‌ରେ ୮.୩୩ ପ୍ରତିଶତ ବୋନସ୍‌ ପାଇବାର ନିୟମ ରହିଛି। ଦଶହରା ଦୀପାବଳି ସମୟରେ କର୍ମଚାରୀଙ୍କୁ ବୋନସ ଦେବାର ନିୟମ ଥିବାବେଳେ ମାଲିକମାନେ ଫୁ କରି ଉଡାଇ ଦେଉଛନ୍ତି। ପ୍ରତିବାଦ କଲେ ଚାକିରି ଛାଡିବାକୁ ଭୟ ମିଳୁଛି। ଏପରି କି କେତେକଙ୍କୁ ଚାକିରିରୁ ଛଟେଇ କରିଦିଆଯାଉଛି। ଆଉ କେତେକ ବାଧ୍ୟ ହୋଇ ଚାକିରି ଛାଡୁଛନ୍ତି।
ଭବିଷ୍ୟନିଧି ପାଣ୍ଠିରେ ପଞ୍ଜୀକୃତ କରାଯାଉନି
ନୟାଗଡ଼ ଜିଲାର ଶ୍ରମିକମାନଙ୍କ ନଁା ଭବିଷ୍ୟନିଧି ପାଣ୍ଠିରେ ପଞ୍ଜୀକୃତ କରାଯାଉନି। ଫଳରେ ଶ୍ରମିକମାନେ ବାର୍ଦ୍ଧକ୍ୟ ସମୟରେ ପେନ୍‌ସନ ପାଇବାରୁ ବଞ୍ଚିତ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁ ନୟାଗଡ଼ର ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଲାଭରେ ମାଲିକ ଅଥବା ପରିଚାଳନା ସଂସ୍ଥା ରହୁଛନ୍ତି। ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ପକ୍ଷରୁ ଯଦି ଏହାର ଯାଞ୍ଚ କରାଯାଆନ୍ତା ତେବେ ଅନେକ ଶ୍ରମିକ ଲାଭବାନ ହୁଅନ୍ତେ ବୋଲି ମତପ୍ରକାଶ ପାଉଛି।
ବୀମାରୁ ବଞ୍ଚତ୍ତ
ଅଧିକାଂଶ ଶ୍ରମିକ ବିପଦସଙ୍କୁଳ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ବୀମାଭୁକ୍ତ କରାଯାଉନି। ଫଳରେ କିଛି ଅଘଟଣ ଘଟିଲେ ସେମାନଙ୍କ ପରିବାର ବୀମାରାଶି ପାଇ ପାରୁ ନାହାନ୍ତି। ଆହତ ହେଲେ ବୀମା ବାବଦକୁ ଚିକତ୍ସା ସହାୟତା ମିଳୁନି। ବରଂ ଉକ୍ତ ଶ୍ରମିକ କାମକରୁ ନ ଥିବା ସଫେଇ ଦିଆଯାଉଛି। ବୀମା ସୁବିଧାରୁ ଶ୍ରମିକମାନଙ୍କୁ ବଞ୍ଚିତ କରାଯାଉଥିଲେ ମଧ୍ୟ ଜିଲା ଶ୍ରମ ଦପ୍ତର ଏ ଦିଗରେ ପଦକ୍ଷେପ ନେଉନି। ମାଲିକ ଅଥବା ପରିଚାଳନା ସଂସ୍ଥା ଉପରେ ଶ୍ରମ ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ଶ୍ରମିକମାନେ ଉପେକ୍ଷିତ ହୁଅନ୍ତେ ନାହିଁ ବୋଲିି କିଛି ଶ୍ରମିକ ମତ ଦେଇଛନ୍ତି।
ରୋକାଯାଇ ପାରୁନି ଦାଦନ
ବର୍ଷତମାମ ନୟାଗଡ ଜିଲାରୁ ଶ୍ରମିକ ରାଜ୍ୟ ଓ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ ହେଉଥିଲେ ହେଁ ଦାଦନକୁ ରୋକାଯାଇ ପାରୁନି। ଜିଲାର ବିଭିନ୍ନ ସଂସ୍ଥାରେ ନିୟାଜିତ କର୍ମଚାରୀ ଅଥବା ଶ୍ରମିକ ନିର୍ଯାତିତ ହେବା ପରେ ଅଧିକ ପାରିଶ୍ରମିକ ଆଶାରେ ଦାଦନ ପଳାଇ ଯାଉଛନ୍ତି । ହେଲେ ନୟାଗଡ ଜିଲାରୁ କେତେ ଶ୍ରମିକ ଦାଦନ ଯାଉଛନ୍ତି ତା’ର ହିସାବ ଶ୍ରମ ବିଭାଗ ପାଖରେ ନାହିଁ। ଜିଲା ଶ୍ରମ ବିଭାଗକୁ ଯୋଗାଯୋଗ କଲେ ଉତ୍ତର ମିଳୁଛି ଆମ ପାଖରେ କେହି ଶ୍ରମିକ ପଞ୍ଜୀକୃତ କରି ଦାଦନ ଯାଉନାହାନ୍ତି। ଏଣୁ ସେମାନଙ୍କ ତଥ୍ୟ ଆମ ପାଖରେ ଉପଲବ୍ଧ ହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri