Categories: ଜାତୀୟ

ଅପରେଶନ୍‌ ଅଲ୍‌ ଆଉଟ୍‌: ୫ ମାସରେ ୧୦୧ ଆତଙ୍କବାଦୀ ନିହତ

ଶ୍ରୀନଗର, ୧।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଯିବା ପାଇଁ ସେନା ପକ୍ଷରୁ ଅପରେଶନ୍‌ ଅଲ୍‌ଆଉଟ୍‌ ଜାରି ରହିଛି। ଗତ ୫ ମାସ ମଧ୍ୟରେ ସର୍ଚ୍ଚ ଅପରେଶନ୍‌ ସମୟରେ ଏନ୍‌କାଉଣ୍ଟରରେ ୧୦୧ ଆତଙ୍କବାଦୀ ନିହତ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୨୫ ବିଦେଶୀ ଏବଂ ୭୬ ସ୍ଥାନୀୟ ଆତଙ୍କବାଦୀ ଥିବା ରିପୋର୍ଟରେ ଦର୍ଶାଯାଇଛି। ସ୍ଥାନୀୟ ଆତଙ୍କବାଦୀମାନେ ଜୈଶ୍‌-ଇ-ମହମ୍ମଦ, ଲଶ୍କର-ଇ-ତୋଏବା, ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆଦି ସଂଗଠନ ସହିତ ସମ୍ପର୍କରେ ଥିଲେ। ସ୍ଥାନୀୟ ଯୁବବର୍ଗଙ୍କୁ ବିଭିନ୍ନ ମନଗଢ଼ା କାହାଣୀ କହି ବିଭିନ୍ନ ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଉଥିବା କୁହାଯାଉଛି। ଏଥିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ପରୋକ୍ଷ ହାତ ଥିବାର ଅନୁମାନ କରାଯାଉଛି।

Share