ଅପରାହ୍ନରେ ତାଣ୍ଡବ ରଚିଲା କାଳବୈଶାଖୀ

କୋରାପୁଟ,୨୯।୪(ସ୍ବ.ପ୍ର.): କୋରାପୁଟ ସହର ଓ ଆଖପାଖ ଅଞ୍ଚଳରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଶତାଧିକ ଗଛ ଭାଙ୍ଗିବା ସହ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ ଟାଓ୍ବାର ଭାଙ୍ଗିବା ସହ ତାର ଛିଣ୍ଡି ସରବରାହ ବ୍ୟାହତ ହୋଇଛି। କେବଳ ସେତିକି ନୁହେଁ ୫୦ରୁ ଅଧିକ ଘରର ଆଜବେଷ୍ଟସ ଛପର ଓ ରାସ୍ତାକଡ଼ର ବିଜ୍ଞାପନ ହୋର୍ଡିଂ ମଧ୍ୟ ଉଡ଼ାଇନେଇଛି।

ଅପରାହ୍ନ ୨ଟା ୧୦ରୁ ୩ଟା ଭିତରେ ୬୦ରୁ ୧୦୦ କିମି ବେଗରେ ପବନ ବହିବା ସହ ପ୍ରବଳ କୁଆପଥର ସହ ବର୍ଷା ହୋଇଥିଲା। ୫୦ ମିନିଟରେ ୩୫.୨ ମିମି ବର୍ଷା ରେକର୍ଡ଼ ହୋଇଥିବା ଜିଲା ଜରୁରୀ ବିଭାଗ ସୂଚନା ଦେଇଛି। ଫଳରେ କୋରାପୁଟ-ଜୟପୁର ଓ କୋରାପୁଟ-ସୁନାବେଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ଶତାଧିକ ଗଛ ଭାଙ୍ଗି ପଡ଼ିଥିଲା। ଗଛ ଡାଳ ପଡ଼ି ବହୁ କାର୍‌ ଓ ଟ୍ରକ୍‌ର କାଚ ଭାଙ୍ଗିଛି। କେତେକ ସ୍ଥାନରେ ପୁରୁଣା ଗଛ ଉପୁଡ଼ିଯାଇ ରାସ୍ତା ଅବରୋଧ ହୋଇଛି ା ସହରର ବାଟମଙ୍ଗଳା ମନ୍ଦିର, ମା’ ମଙ୍ଗଳା ଲଜ୍‌, ମୃତ୍ତିକା ସଂରକ୍ଷଣ କଲୋନି, ଡିଆଇଜି କାର୍ଯ୍ୟାଳୟ, ଆରଡି ଅଫିସ, ସ୍ବତନ୍ତ୍ର ସର୍କିଟ ହାଉସ ଭଳି ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତାରେ ପଡ଼ିଛି। ସେହିପରି କୋରାପୁଟ ଜେଇଏଲସି କମ୍ପ୍ଲେକ୍ସ ଛକଠାରେ ଗଛର ବିରାଟ ଡାଳ ଭାଙ୍ଗିଯାଇ ଫଳ ଦୋକାନ ଉପରେ ପଡ଼ିଥିଲା। ଏଥିରେ ଦୋକାନ ଭାଙ୍ଗିଯିବା ସହ ବେପାରୀ ଜଣକ ସାମାନ୍ୟ ଆହତ ହୋଇଥିଲେ। କୋରାପୁଟ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିସ୍ଥାପିତ କଲୋନୀରେ ଏକ ବଡ଼ ଗଛ ପଡ଼ି ଘର ଭାଙ୍ଗିଯାଇଥିଲା। ଘରେ ଥିବା ପ୍ରଦୀପ ଖରା ଓ ତାଙ୍କ ଝିଅ ପେମି ଖରାଙ୍କ ମୁଣ୍ଡ ଫାଟି ଗୁରୁତର ଅବସ୍ଥାରେ ସେମାନଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଜିଲାପାଳ କେ. ସୁଦଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଦେଇଛି ଜିଲା ଜରୁରୀ ବିଭାଗ। କୋରାପୁଟ ମ୍ୟୁନିସପାଲଟି ଜିମନାଜିୟମର ଟିଣ, ଭବାନି ନଗରରେ ଗଛଡାଳ ଭାଙ୍ଗିବା ସହ କିଛି ସ୍ଥାନରେ ଘରୁ ଟିଣ ଉଡ଼ିଯାଇଛି। ସେହିପରି କାଳବୈଶାଖୀ ପରେ ବର୍ଷା, ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ଯୋଗୁ ସହରର ମ୍ୟୁନିସପାଲିଟି କାର୍ଯ୍ୟାଳୟ, ରେଲୱେ ଓଭରବ୍ରିଜ, ଭବାନି ନଗର ସମ୍ମୁଖସ୍ଥ ୨୬ ନମ୍ବର ରାସ୍ତାରେ ପାଣି ଭରି ରହିଛି। କୋରାପୁଟ ବ୍ଲକ ଛପରଠାରେ ଥିବା ୩୩ କେଭିର ଏକ ବିଦ୍ୟୁତ ଟାୱାର କାଳବୈଶାଖୀ ଯୋଗୁ ନଇଁପଡ଼ିଛି। ୩ଟି ୧୧ କେଭି ଟାଓ୍ବାର, ୭ଟି ଏଲଟି ପୋଲ୍‌, ୧୦ରୁ ଅଧିକ ବିଦ୍ୟୁତ ଚାମ୍ବର ନଷ୍ଟ ହୋଇଛି। ଖବରପାଇ ଓଏମ୍‌ପିସ୍ଥିତ ଓଡ୍ରାଫ ଓ ସାଉଥ୍‌କୋ ପକ୍ଷରୁ ବିଭିନ୍ନ ରାସ୍ତା ଉପରେ ପଡ଼ିଥିବା ଗଛ କଟାଯାଉଥିବାବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ତାର ସଜାଡ଼ିବାରେ ଲାଗିଛନ୍ତି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହେବ ବୋଲି ସାଉଥ୍‌କୋ କହିଛି। କାଳବୈଶାଖୀ ଓ ପବନ ବେଳେ ୧୦ରୁ ଅଧିକ ବାଇକ ଓ ସ୍କୁଟି ଚାଳକ ଖସିପଡ଼ି ଆହତ ହୋଇଛନ୍ତି। କୋରାପୁଟ-ଜୟପୁର ରାସ୍ତାର ବାଟ ମଙ୍ଗଳା ମନ୍ଦିର ଛକରେ ଯାଉଥିବା ବେଳେ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ଦୁଇ ଯୁବତୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri