ଅନ୍‌ଲାଇନ୍‌ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ

ଚେନ୍ନାଇ,୪।୫ (ପି.ଟି.): ଚେସ୍‌ କେରଳ ଦ୍ୱାର ଆୟୋଜିତ ଏକ ଅନ୍‌ ଲାଇନ୍‌ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। ଏହି ଅର୍ଥ କେରଳ ମୁଖ୍ୟମନ୍ତ୍ରୀଙ୍କ ଡିଷ୍ଟ୍ରେସ୍‌ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯିବ। କରୋନା ଭାଇରସ ମହାମାରୀ ବିରୋଧରେ ଲଢେଇ ପାଇଁ ଆୟୋଜିତ ହୋଇଥିବା ଏହି ‘ଚେକ୍‌ମେଟ୍‌ କୋଭିଡ-୧୯ ବ୍ଲିଜ୍‌ ଓପନ୍‌’ରେ ଗ୍ରାଣ୍ଡ ମାଷ୍ଟା ଏସ୍‌ଏଲ୍‌ ନାରାୟନନ ଟାଇଟଲ ହାସଲ କରିଛନ୍ତି। ଏହି ଟୁର୍ନାମେଣ୍ଟ ସମାଜମଙ୍ଗଳ ଉଦ୍ଦ୍ୟେଶରେ ଆୟୋଜିତ ହୋଇଥିଲା ଓ ଏଥିରେ ଚାମ୍ପିୟନ ହୋଇଥିବାରୁ ବହୁତ ଆନନ୍ଦିତ ବୋଲି ନାରାୟନନ ଟୁଇଟ କରି କହିଛନ୍ତି। ପୁରସ୍କାର ରାଶି ରୂପେ ତାଙ୍କୁ ୧୨,୦୦୦ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଅଭିଜିତ୍‌ ଗୁପ୍ତା ଦ୍ୱିତୀୟ ସ୍ଥାନ ଅଧିକାର କରି ୮,୦୦୦ ଟଙ୍କା ପୁରସ୍କାର ପାଇଛନ୍ତି। ନିଜର ପୁରସ୍କାର ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବାକୁ ଏହି ଦୁଇ ଖେଳାଳି ଘୋଷଣା କରିଛନ୍ତି।
ବ୍ରିଟେନ ଚେସ୍‌ ଲିଜେଣ୍ଡ ଓ ଫିଡେ (ବିଶ୍ୱ ଚେସ୍‌ ଫେଡେରେଶନ) ଉପ- ସଭାପତି ନିଗେଲ ଶର୍ଟ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ମାହାମାରୀ ବରୋଧ ଲଢେଇରେ ସାମିଲ ହୋଇଥିବାରୁ ସେ ଖୁସି ଜାହିର କରିଛନ୍ତି। ଏହି ଟୁର୍ନାମେଣ୍ଟରେ ୪୨୯ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଭାରତ ସମେତ ଆମେରିକା, ଆର୍ଜେଣ୍ଟିନା, ଚିଲି, ପେରୁ, ଭେନେଜୁଆଲା, ଇଂଲଣ୍ଡ, ଚେକ ଗଣରାଜ୍ୟ, ଜର୍ମାନୀ, ଇଜିପ୍ଟ ଓ ଆଲଜେରିଆରୁ ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେଇଥିଲେ। ଏଥିରେ ମୋଟ ୩୪ ଜିଏମ, ୩୦ ଆଇଏମ୍‌ ଅଂଶଗ୍ରହଣ କରିଥିଲେ। ପେରୁର ଆଇଏମ୍‌ ଟେରୀ ରେନାଟୋ ଓ ଭାରତୀୟ ଆଇଏମ୍‌ ରବି ତେଜା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri