Posted inଖେଳ

ଅନ୍‌ଲାଇନ୍‌ ଜାତୀୟ ଉଷୁ ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୧୬।୫ (କ୍ରୀଡ଼ା ପ୍ରତିନିଧି):ସର୍ବପ୍ରଥମ ଅନ୍‌ଲାଇନ୍‌ ଜାତୀୟ ଉଷୁ ଚାମ୍ପିୟନଶିପ୍‌ ଶୁକ୍ରବାର ଆରମ୍ଭ ହୋଇଛି। ୧୮ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ପ୍ରତିଯୋଗିତା ସବ୍‌ଜୁନିୟର, ଜୁନିୟର ଓ ସିନିୟର କାଟେଗୋରିରେ ଅନୁଷ୍ଠିତ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ମୁଖ୍ୟଅତିଥି ଏବଂ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ଉଷୁ ଆସୋସିଏଶନ ଅଫ୍‌ ଇଣ୍ଡିଆର ସଭାପତି ଭୁପିନ୍ଦର ସିଂ ବାଜୱା, ସାଧାରଣ ସମ୍ପାଦକ ଜିତେନ୍ଦର ସିଂ ବାଜୱା, କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲ, ଅନ୍ତର୍ଜାତୀୟ ଉଷୁ ଫେଡେରେଶନ ମହାସଚିବ ଝାଙ୍ଗ କ୍ବିପିଙ୍ଗ୍‌ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇ ନିଜ ନିଜର ମତ ରଖିଛନ୍ତି। କରୋନାଭାଇରସ୍‌ ସଂକ୍ରମଣଜନିତ ପ୍ରଭାବ ଯୋଗୁ ସ୍ବାଭାବିକଭାବେ ପ୍ରତିଯୋଗିତା ସମ୍ଭବ ହେଉ ନ ଥିବାରୁ ଏଥିରେ ଫାଇଟିଂ ଇଭେଣ୍ଟ ରହିନାହିଁି। ଅନ୍‌ଲାଇନ୍‌ରେ ଜୁମ୍‌ ଆପ୍‌ ମାଧ୍ୟମରେ କେବଳ ତାଓଲୁ(ପ୍ରଦର୍ଶନ ଇଭେଣ୍ଟ) ଅନୁଷ୍ଠିତ ହେଉଛି। ଦୀର୍ଘଦିନଧରି ଉଷୁରେ କୌଣସି ପ୍ରତିଯୋଗିତା ହୋଇ ନ ଥିବାବେଳେ ଏଥିରେ ୩୧ ରାଜ୍ୟ ଓ ଅନୁବନ୍ଧିତ ଅନୁଷ୍ଠାନର ୭୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ପ୍ରତିଯୋଗିତା ପାଇଁ ଓଡ଼ିଶାର ୧୯ ଖେଳାଳି ନାମ ପଞ୍ଜୀକୃତ କରିଛନ୍ତି। ଷ୍ଟ୍ରିମ୍‌ ଇଣ୍ଡିଆରେ ଚାମ୍ପିୟନଶିପ୍‌ର ଲାଇଭ୍‌ ଷ୍ଟ୍ରିମିଂ ଉପଲବ୍ଧ ହେଉଛି। ଉଷୁ ଆସୋସିଏଶନ ଅଫ୍‌ ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଚାମ୍ପିୟନଶିପ୍‌ର ଜଜ୍‌ ନିଯୁକ୍ତ ହୋଇଛନ୍ତି।
ଓଡ଼ିଶା ପ୍ରତିଯୋଗୀ: ଅଂଶୁପ୍ରିୟା ସଂଗ୍ରାମ ସିଂ, ଆଦିତ୍ୟ ଜେନା, ଆକାଂକ୍ଷିତା ଜେନା, ଅନିମେଷ ଧଳ ସାମନ୍ତ, ଅନୁଷ୍କା ପଟେଲ, ଆଶୁତୋଷ ମହାରଣା, ଚିରସ୍ମିତା ମହାନ୍ତି, ଗଣେଶ ସିଂ, ନୀତୀଶା ବାରିକ, ପ୍ରଦ୍ୟୁମ୍ନ କୁମାର ବେହେରା, ପ୍ରିୟମ୍ବଦା ପ୍ରଧାନ, ସାୟନ କୁମାର, ଶାଶ୍ୱତ ବେଉରା, ଶ୍ରେୟାସ କଳସ, ସ୍ନେହ ସାମନ୍ତରାୟ, ସୃଷ୍ଟି କଳସ, ସ୍ବାତୀ ଶ’, ସ୍ବୟଂଶୁ ପଣ୍ଡା, ଯଶସ୍ବିନୀ ମଲିକ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri