ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ଏଥର ଅନ୍‌ଲାଇନ୍‌ରେ ବିପିୟୁଟି ପରୀକ୍ଷା ହେବ। ଅନଲାଇନ୍‌ରେ ଇଞ୍ଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନ୍‌ଲାଇନ୍‌ରେ ଏହି ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି। ଯେଉଁ ଛାତ୍ରୀଛାତ୍ର ଅନ୍‌ଲାଇନରେ ପରୀକ୍ଷା ଦେବେ ନାହିଁ, ସେମାନେ କଲେଜ ଖୋଲିବା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଜିଲା ଓ ରାଜ୍ୟ ବାହାରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯିବ। ତେବେ ଛାତ୍ରୀଛାତ୍ରମାନେ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସେ ନେଇ ଅପ୍ସନ୍‌ ମଧ୍ୟ ବାଛି ପାରିବେ। ଏନେଇ ଶୁକ୍ରବାର ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି।