Categories: ଗଞ୍ଜାମ

ଅନ୍‌ଲାଇନରେ ୩ ଲକ୍ଷ ଟଙ୍କା ଗାଏବ

ପାତ୍ରପୁର,୨ା୭(ଡ଼ି.ଏନ୍‌.ଏ.): ଜରଡ଼ା ଥାନା ଗୁଣ୍ଡ୍ରା ଗ୍ରାମର ଜଣେ ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟରୁ ଅନ୍‌ ଲାଇନ୍‌ରେ ୩ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଗୁଣ୍ଡ୍ରା ଗ୍ରାମର ନାଗରାମପଲ୍ଲୀ ଧର୍ମା ଦୁଇବର୍ଷ ତଳେ ଛତିଶଗଡ଼ଠାରେ ଦିନ ମଜୁରିଆ ଭାବେ କାମ କରିବା ସମୟରେ ସେଠାର ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଶାଖାରେ ଖାତା ଖୋଲି ମଜୁରୀ ଅର୍ଥକୁ ରଖିଥିଲେ ା ଗତ ବର୍ଷେ ହେଲା ସେ ଗ୍ରାମକୁ ଆସିଥିଲେ। ୨୫ ତାରିଖରେ ତାଙ୍କ ମୋବାଇଲ ଫୋନ୍‌କୁ କେହି ଜଣେ ଦୁର୍ବୃତ୍ତ କଲ୍‌ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ଧର୍ମା ମୋବାଇଲ୍‌ ଫୋନକୁ ଆସିଥିବା ଓଟିପି ନମ୍ବର କହି ଦେଇଥିଲେ । ଯାହାଫଳରେ ୨୫ରୁ ୨୯ ତାରିଖ ମଧ୍ୟରେ ତାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ ସମ୍ପୃକ୍ତ ବ୍ୟକ୍ତି ଜଣକ ଠକି ନେଇଥିଲେ ା ଟଙ୍କା ଉଠାଯାଇଥିବା ନେଇ ମୋବାଇଲ୍‌ ଫୋନକୁ ଆସିଥିବା ମେସେଜ୍‌ ସମ୍ପର୍କରେ ସୋମବାର ଧର୍ମା ବ୍ରହ୍ମପୁରସ୍ଥିତ ସାଇବର ଥାନାରେ ଅଭିଯୋଗ କରିଛନ୍ତି।