ଅନ୍ୟ ରୋଗରେ ଆକ୍ରାନ୍ତ ଥିବା କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାର ଜଣେ କରୋନା ସଂକ୍ରମିତଙ୍କ ଅନ୍ୟ ରୋଗରେ ପୀଡିତ ଥିବା ଯୋଗୁ ମୃତ୍ୟୁ ଘଟିଛି। ସେ ହେଲେ ମୟୂରଭଞ୍ଜ ଜିଲାର ୬୦ ବର୍ଷୀୟ ବୃଦ୍ଧ। ପୂର୍ବରୁ ସେ କ୍ୟାନ୍‌ସର ରୋଗରେ ପୀଡିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।