ଅନ୍ୟ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଜଣେ କରୋନା ସଂକ୍ରମିତଙ୍କ ଅନ୍ୟ ରୋଗରେ ପୀଡିତ ଥିବା ଯୋଗୁ ମୃତ୍ୟୁ ଘଟିଛି। ସେ ହେଲେ କଟକ ଜିଲାର ୮୦ ବର୍ଷୀୟ ବୃଦ୍ଧ। ସେ ଅନ୍ୟ ରୋଗରେ ପୀଡିତ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।